31.1 C
Bhubaneswar
Tuesday, April 23, 2024
Homeଓଡିଶାସୁପ୍ରିମକୋର୍ଟ ଗାଇଡଲାଇନ୍କୁ ଆଧାର କରି ଆରମ୍ଭ ହେଲା କେନ୍ଦୁଝର ପୌରାଞ୍ଚଳର ବିକାଶ କାର୍ଯ୍ୟକ୍ରମ

ସୁପ୍ରିମକୋର୍ଟ ଗାଇଡଲାଇନ୍କୁ ଆଧାର କରି ଆରମ୍ଭ ହେଲା କେନ୍ଦୁଝର ପୌରାଞ୍ଚଳର ବିକାଶ କାର୍ଯ୍ୟକ୍ରମ

କେନ୍ଦୁଝର : ପବିତ୍ର ଗାନ୍ଧୀ ଜୟନ୍ତୀରୁ କେନ୍ଦୁଝର ଜିଲ୍ଲାର କେନ୍ଦୁଝର ଗଡ ପୌରାଞ୍ଚଳକୁ ସ୍ୱଚ୍ଛ ରଖିବା କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି। ଯାହାକି ପୌରାଞ୍ଚଳ ବାସିନ୍ଦାଙ୍କ ନିମନ୍ତେ ଜିଲ୍ଲାପାଳ ଆଶିଷ ଠାକରେ ଲୋକାର୍ପଣ କରିଥିଲେ କ୍ଷୁଦ୍ର ଜୈବିକ ପ୍ରକ୍ରିୟା କରଣ ପ୍ରକଳ୍ପ ୨ (M. C. C. – 2) କୁ ପ୍ରାୟ ୬୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପରେ ଦୈନିକ ୫ ଟନରୁ ଊର୍ଦ୍ଧ୍ବ ଆବର୍ଜନାକୁ ଜୈବିକ ଖତରେ ପ୍ରକ୍ରିୟା କରଣ କରାଯିବ। ଏହି କମ୍ପୋଷ୍ଟ ତଥା ଜୈବିକ ଖତକୁ ଚାଷୀ ଓ ଜନସାଧାରଣଙ୍କୁ ୨୦ ଟଙ୍କା ପ୍ରତି କେ.ଜି. ମୂଲ୍ୟରେ ବିକ୍ରି କରାଯିବ। କେନ୍ଦୁଝର ଗଡ ପୌରାଞ୍ଚଳର ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହି ପ୍ରକଳ୍ପର ଦାଇତ୍ୱ ନିର୍ବାହ କରିବେ । ପ୍ରାୟ ୨୫୦ରୁ ଊର୍ଦ୍ଧ୍ବ ସଫେଇ କର୍ମଚାରୀଙ୍କ ସହଯୋଗରେ ଏହି କାର୍ଯ୍ୟ ତ୍ବରାନ୍ବିତ ହୋଇ ସହରକୁ ଆବର୍ଜନା ମୁକ୍ତ କରାଯିବା ସହିତ ସୁପ୍ରିମକୋର୍ଟ ଗାଇଡ ଲାଇନକୁ ଆଧାର କରି ଏହି କାର୍ଯ୍ୟକ୍ରମ କରାଯାଉଛି ବୋଲି ଜିଲ୍ଲାପାଳ ଆଶିଷ ଠାକରେ ମତବ୍ୟକ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking