29.1 C
Bhubaneswar
Saturday, April 20, 2024
Homeଓଡିଶାବନ୍ୟଯନ୍ତୁ ଓ ମଣିଷ ଙ୍କ ମଧ୍ୟରେ ଅନାବିଳ ପ୍ରେମ,ଜଙ୍ଗଲ ରୁ ପୁଣି ଫେରିଲା ଧୁଡୁ

ବନ୍ୟଯନ୍ତୁ ଓ ମଣିଷ ଙ୍କ ମଧ୍ୟରେ ଅନାବିଳ ପ୍ରେମ,ଜଙ୍ଗଲ ରୁ ପୁଣି ଫେରିଲା ଧୁଡୁ

ତେଲକୋଇ: ବନ୍ୟଯନ୍ତୁ ଓ ମଣିଷ ଙ୍କ ମଧ୍ୟରେ ଅନାବିଳ ପ୍ରେମ ଘଟଣା ସାମାନା କୁ ଆସିଛି ।ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ବନାଞ୍ଚଳ ଅଧିନ ବିମଳା ଫରେଷ୍ଟ ବିଟ ର ପୁରୁଷୋତ୍ତମ ଗାଁରେ ।ଗାଁର କୁନ୍ତଳା ପେଣ୍ଠେଇ ୨ ବର୍ଷ ତଳେ ଜାଳେଣି କାଠ ସଂଗ୍ରହ କରିବା ପାଇଁ ଗାଁ ନିକଟ ଜଙ୍ଗଲକୁ ଯାଇଥିବା ବେଳେ ଗୋଟିଏ ବାରାହା ଶାବକ ଏକା ଏକା ମାକୁ ଖୋଜୁଥିବା କୁନ୍ତଳା ଦେଖିବାକୁ ପାଇଥିଲେ ।ପାଖରେ ବାରାହା ପଲ କୁ ଖୋଜାଖୋଜି କରିଥିଲେ ମଧ୍ୟ କୁନ୍ତଳା ନ ପାଇବାରୁ ସେହି ବାରାହା ଶାବକ କୁ ଘରକୁ ନେଇ ଆସିଥିଲେ ।ଏବଂ ମାର ସେହ୍ନ ଦେଇ ନିଜ ପିଲା ପରି ପାଳିଥିଲେ ।ବାରାହା ଶାବକଟି କୁନ୍ତଳା ଙ୍କ ଠାରୁ ମାର ସେହ୍ନ ପାଇ ବଡ ହୋଇଥିଲେ ।ତେବେ ବନ୍ୟଯନ୍ତୁ ଘରେ ରଖିବା ନିୟମ ଅନୁସାରେ ଅପରାଧ ଅଟେ ।ଗ୍ରାମବାସୀ ଙ୍କ ଅଭିଯୋଗ ପରେ ବନବିଭାଗ ଗତ ମଙ୍ଗଳବାର କୁନ୍ତଳା ଙ୍କ ଠାରୁ ବାରାହା ଆଣି ତେଲକୋଇ ନିକଟସ୍ଥ କମଳାଙ୍ଗ ଗାଁ ନିକଟ ଜଙ୍ଗଲ ରେ ଛାଡି ଦେଇଥିଲେ ।ଏବଂ ମହିଳା ଜଣଙ୍କୁ ଜଙ୍ଗଲ ଆଇନ ବିଷୟରେ ବୁଝାଇଥିଲେ ।

ହେଲେ ମହିଳା ଜଣଙ୍କ ର ମନ ବୁଝୁନଥିଲା ।ସେ ପ୍ରତିଦିନ ଗାଁ ନିକଟ ଜଙ୍ଗଲରେ ବାରାହା ପାଇଁ ଭାତଧରି ବୁଲୁଛନ୍ତି ଏବଂ ବାରାହା ର ନାଁ ଧୁଡୁ ବୋଲି ଡାକୁଛନ୍ତି ।ମହିଳା ଙ୍କ ବିଶ୍ବାସ ସେ ଭୋକରେ ଥିବ କିଛି ଖାଇ ନଥିବ ।ଏବଂ ମୋ ଡାକ ଶୁଣି ସେ ଆସିବ ମୁଁ ତାକୁ ଘରକୁ ନେଇଯିବି ତାର ଯତ୍ନ ନେବି ।ନିଜ ପିଲା କଥା ଜଣେ ମା ହିଁ ବୁଝି ପାରେ ।ଇଏ ହେଉଛି ଦୁନିଆଁ ର ସବୁଠାରୁ ବଡ କଥା ।ଆଜି କୁନ୍ତଳା ଙ୍କ ପରିବାର ତରଫରୁ କମଳାଙ୍ଗ ଜଙ୍ଗଲକୁ ଯାଇ ଧୁଡୁ ଖୋଜାଖୋଜି କରି ଡାକିଥିଲେ ।ଡାକିବା ପରେ ଧୁଡୁ ପାଖକୁ ଆସିଥିଲା ।ଏବଂ ସେମାନେ ତାକୁ ଘରକୁ ନେଇ ଆସିଥିଲେ ।ଏବେ ପରିବାର ସହିତ ଧୁଡୁ କୁନ୍ତଳା ଙ୍କ ଘରେ ରହିଛି ।ପରିବାରେ ଖୁସି ର ଲହରୀ ଖେଳିଯାଇଛି ।ଧୁଡୁକୁ ଘରେ ରଖି ପାଳିବା ପାଇଁ ମହିଳା ଜଣଙ୍କ ସରକାର ଙ୍କୁ ଅନୋରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking