31.1 C
Bhubaneswar
Friday, March 29, 2024
Homeଓଡିଶାପାଟଣାବ୍ଲକ ସଭାଗୃହରେ ବିଧାନସଭା ନିର୍ବାଚନ ମଣ୍ଡଳୀ ରୀଉନ୍ନୟନ ସମୀକ୍ଷା ବୈଠକ

ପାଟଣାବ୍ଲକ ସଭାଗୃହରେ ବିଧାନସଭା ନିର୍ବାଚନ ମଣ୍ଡଳୀ ରୀଉନ୍ନୟନ ସମୀକ୍ଷା ବୈଠକ

ପାଟଣା : ପାଟଣା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ସମୀକ୍ଷା ବୈଠକ କୁ ପାଟଣାବିଧ୍ୟାୟକ ଜଗନ୍ନାଥ ନାଏକ ଙ୍କ ଅଧ୍ୟକ୍ଷତାରେ ହୋଇ ଥିବା କେନ୍ଦୁଝର ଏ.ଡ଼ି.ଏମ ସନ୍ତୋଷ କୁମାର ନାଏକ, ଜିଲ୍ଲା ଗ୍ରାମ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚନ୍ଦ୍ର ମାଝୀ,ଜିଲ୍ଲା ଚିକିତ୍ସା ଅଧିକାରୀ ଅଶୋକ କୁମାର ଦାଶ,ପାଟଣାବ୍ଲକ ଉନ୍ନୟନ ଅଧିକାରୀ ଈଶ୍ୱର ଚନ୍ଦ୍ର ନାଏକ, ତହସିଲଦାର ସିବିପ୍ରସାଦ ମୁର୍ମୁ,ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାଏକ ଙ୍କ ଉପସ୍ଥିତ ରେ ନିର୍ବାଚନ ମଣ୍ଡଳୀ ର ଉନ୍ନୟନ ବିଭାଗ କାର୍ଯ୍ୟ ଗୁଡିକ ଶିକ୍ଷା, ସ୍ବାସ୍ଥ୍ୟ,ଉଦ୍ୟାନ,କୃଷି,ଜଳସେଚନ ବିଭାଗ,ବିଦ୍ୟୁତ ବିଭାଗ,ଉପରେ ସମୀକ୍ଷା ହୋଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ୨ଡାକ୍ତରଙ୍କ ବଦଳି ରେ ଖାଲି ପଦବୀ ପଡିଥିବା କୁ ନେଇ ଆଗମୀ ୧୫ତାରିଖ ପାଟଣା ବନ୍ଦ ଡାକରା ହୋଇଥିବା ବେଳେ ଏଥି ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇ ଡାକ୍ତର ନିଯୁକ୍ତ ହେବାକୁ ନିଷ୍ପତ୍ତି ନେଇଥିବା ବେଳେ ଶିକ୍ଷା କ୍ଷେତ୍ରରେ ଚାରି ପାଟଣା, ସାହାରପଡା,ଚମ୍ପୁଆ,ଝୁମ୍ପୁରା ବ୍ଲକରେ ସ୍କୁଲ ଗୁଡିକ ରେ ଛାତ୍ରଛାତ୍ରୀ ସଂଖ୍ୟା ହ୍ରାସ କୁ ନେଇ ସ୍କୁଲ ଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇ ଥିବା ଶିକ୍ଷା ପଦାଧିକାରୀ ଆଲୋଚନା ରଖି ଥିଲେ। କେନ୍ଦେଇପଶି ଆଦର୍ଶ ବିଦ୍ୟାଳୟ ର ଖେଳ ପଡିଆ ନ ଥିବା ନେଇ ତଥା ଦୃଷ୍ଟି ଗୋଚର କରିଥିଲେ ,ପାଟଣାମୁଖ୍ୟ ବଜାର ରେ ସରକାରୀ ବିଦେଶୀ ମଦ କୁ ଉଚ୍ଛେଦ ପାଇଁ ବଡ଼ପାଟଣା ଗ୍ରାମପଂଚାୟତ ତରଫ ରୁ ସରପଞ୍ଚ ଚନ୍ଦ୍ର ଶେଖର ନାଏକ ଏ.ଡି.ଏମ ଏକ ଲିଖିତ ଦରଖାସ୍ତ ପ୍ରଦାନ କରିଥିଲେ। ଏହି ପାଟଣା ନିର୍ବାଚନ ମଣ୍ଡଳୀ ସମୀକ୍ଷା ବୈଠକରେ ଚାର ଟି ବ୍ଲକ ରୁ ବିଭିନ୍ନ ଉନ୍ନୟନ ବିଭାଗ ରୁ ପଦାଧିକାରୀ ମାନେ ଯୋଗ ଦେଇ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking