OnaKhabar

 ପୁଣି ଖଟିଆରେ ବୁହାହେଲେ ରୋଗୀ, ରାସ୍ତା ଖରାପ ଯୋଗୁଁ ଯାଇପାରିଲା ନାହିଁ ଆମ୍ବୁଲାନ୍ସ

କେନ୍ଦୁଝର-ପୁଣି ଖଟିଆରେ ବୁହାହେଲେ ରୋଗୀ । ରାସ୍ତା ଖରାପ ଯୋଗୁଁ ଯାଇପାରିଲା ନାହିଁ ଆମ୍ବୁଲାନ୍ସ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ ବସିରା ଗାଁରେ । ଶନିବାର ବସିରା ଗାଁ ଚତୁରୀ ସାହିରେ ଜଣେ ୬୫ ବର୍ଷିୟ ବୃଦ୍ଧ ସୁନାରାମ ମୁଣ୍ଡାଙ୍କ ଶରୀର ଅସୁସ୍ଥ ହୋଇଥିଲା । ଅପରାହ୍ନ ୪ଟା ୪୦ରେ ଗୁରୁତର ସୁନାରାମଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା । ତେବେ ଗାଁରେ ରାସ୍ତା ଖରାପ ଥିବାରୁ ଚତୁରୀ ସାହି ପର୍ଯ୍ୟନ୍ତ ଯାଇପାରି ନଥିଲା ଆମ୍ବୁଲାନ୍ସ । ୨ କିମି ପୂର୍ବରୁ ରଜିଆ ବନ୍ଧ ନିକଟରେ ଅଟକି ଯାଇଥିଲା ଆମ୍ବୁଲାନ୍ସ । ବାଧ୍ୟ ହୋଇ ୧୦୮ ଆମ୍ବୁଲାନ୍ସର ୩ଜଣ କର୍ମଚାରୀ, ଅମରନାଥ ମହାନ୍ତ, ପୂର୍ଣ୍ଣଚନ୍ଦ୍ର ମହାନ୍ତ, ଉତ୍କଳ ମହାନ୍ତ ଚାଲିଚାଲି ଚତୁରୀ ସାହିକୁ ଯାଇ ଅସୁସ୍ଥ ସୁନାରାମଙ୍କୁ ପରିବାର ଲୋକଙ୍କ ସହାୟତାରେ ଖଟିଆରେ ୨ କିମି ପର୍ଯ୍ୟନ୍ତ ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । ଦୀର୍ଘ ଦିନ ହେବ ବସିରା ଗାଁରେ ଥିବା ଏହି ରାସ୍ତା କାଦୁଅ ଓ ଖାଲଖମାରେ ପୁରି ରହିଛି । ବାରମ୍ବାର ଅଭିଯୋଗ ପରେବି ରାସ୍ତା ନିର୍ମାଣ କରାଯାଉ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
-ଅନିଲ ନନ୍ଦ ଙ୍କ ରିପୋର୍ଟ

Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-includes/functions.php on line 4609

Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-includes/functions.php on line 4609

Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-content/plugins/really-simple-ssl/class-mixed-content-fixer.php on line 111