40.1 C
Bhubaneswar
Thursday, April 25, 2024
Homeଓଡିଶାକରୋନାର ଦ୍ଵିତୀୟ ଲହରକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନର କଡା ପଦକ୍ଷେପ , 17...

କରୋନାର ଦ୍ଵିତୀୟ ଲହରକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନର କଡା ପଦକ୍ଷେପ , 17 ତାରିଖରୁ ନାଇଟ କର୍ଫ୍ୟୁ

କେନ୍ଦୁଝର: ଦିନକୁ ଦିନ କରୋନା କଡ଼ ଲେଉଟାଇଲିଣି । ଏହି କରୋନା ବୃଦ୍ଧି କୁ ନେଇ ଚିନ୍ତାରେ ଜିଲ୍ଲା ପ୍ରଶାସନ । ୨୦୨୦ ମସିହାରେ କରୋନାକୁ ସଫଳର ସହ ମୁକାବିଲା କରି ସାରିଥିବା ଜିଲ୍ଲା ପ୍ରଶାସନ ନୂତନ ଚ୍ୟାଲେଞ୍ଜକୁ ନେଇ ପୁରା ତୟାରି କରିଛି ।କରୋନା ଅକ୍ରାନ୍ତ ଙ୍କ ସଂଖ୍ୟା ୩୯୨ ସଂଖ୍ୟା ରେ ପହଁଚିଛି । ଏହି କରୋନା ସଂଖ୍ୟା ବୃଦ୍ଧି କୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଦରବାର ହଲ ଠାରେ ଅନୁଷ୍ଠିତ କରାଯାଇଥିଲା । ଜିଲ୍ଲାରେ ନୂତନ କରୋନା ଆକ୍ରାନ୍ତ ଙ୍କୁ ଚିହ୍ନଟ କରି ତାର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଶାସନ ପକ୍ଷରୁ ଆଇସିଉ ବେଡ଼ କୁ ପ୍ରାଧାନ୍ୟ ଦିଆଯାଉଥିଲା ବେଳେ ୧୮୦ ଟି ବେଡ଼ କୋବିଡ଼ ହସ୍ପିଟାଲରେ୨୮ଟି ଆଇସିଉ ବେଡ଼ ରହିଥିବା ବେଳେ ୧୨ ଟି ଭେଣ୍ଟିଲେଟର ବେଡ଼ ସହ ୨୪ ଟି ସେମିଆଇସିୟୁ ବେଡ଼ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାରେ ଵର୍ତମାନ ଦେଖା ଦେଇଥିବା କରୋନା ର ଦ୍ୱିତୀୟ ଲହର ରେ ରୋଗୀଙ୍କ ଅକ୍ସୀଜେନ ଲେବଲ କମି ଯାଉଥିବା ଖୁବ ଶୀଘ୍ର କମି ଯାଉଥିବା ଦେଖିବାକୁ ମିଳିଛି । ଏହାକୁ ନଜରରେ ରଖି ୬୦ ଟି ଅକ୍ସୀଜେନ ସୁବିଧା ଥିବା ବେଡ଼ର ବ୍ୟବସ୍ଥା ଯୁଦ୍ଧ ସ୍ଥରରେ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ଆଶିଷ ଠାକରେ ପ୍ରକାଶ କରିଛନ୍ତି ।ସେହିପରି ଯୋଡ଼ା ଠାରେ ଥିବା ଟାଟା ଦ୍ୱାରା କୋବିଡ଼ ହସ୍ପିଟାଲରେ ୫୦ ବେଡ଼ ବିଶିଷ୍ଟ ରେ ୧୦ ଟି ଆଇସିୟୁ ବେଡ଼ ଅଛି ଯେଉଁଥିରେ ୪ ଟା ଭେଣ୍ଟିଲେଟର ବ୍ୟବସ୍ଥା ଅଛି । ସେହିପରି କୋବିଡ଼ କେୟାର ସେଣ୍ଟର ର ର ସଂଖ୍ୟା ରେ ବୃଦ୍ଧି କରାଯାଇଛି। ଜିଲ୍ଲାରେ ନୂତନ କରୋନା ଲହର କୁ ଦେଖି ନୂତନ ଡାକ୍ତର ନିଯୁକ୍ତ ହେବା ସହ ମେଡ଼ିସିନ ମଧ୍ୟ ମହଜୁଦ ରଖାଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।ଜିଲ୍ଲାରେ କରୋନା ସଂକ୍ରମଣ କୁ ଦେଖି ଦିନକୁ ୧୨୦୦ ଆର୍ଟିପିସିଆର ଓ ଆଣ୍ଟିଜେନ ଟେଷ୍ଟ କରାଯାଉଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏହା ସହ ଦ୍ୱିତୀୟ ଲହର କୁ ଦେଖି ଜିଲ୍ଲାବାସୀ ଅଧିକ ସଚେତନତା ରହିବାକୁ କହିଛନ୍ତି ଜିଲ୍ଲାପାଳ । କୋବିଡ଼ କଟକଣା କୁ ଦେଖି ଜିଲ୍ଲାର ସୀମାରେ ଅନ୍ୟ ରାଜ୍ୟର ଅଧିବାସୀ ଙ୍କୁ ଆର୍ଟିପିସିଆର ଟେଷ୍ଟ ରିପୋର୍ଟ ଦେଖି ସୀମା ଭିତରକୁ ଛଡା ଯାଉଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଆସନ୍ତା କାଲି ଠାରୁ କେନ୍ଦୁଝର ର ଚାରୋଟି ପୌରଞ୍ଚଳ ଓ ଗୋଟିଏ ବିଜ୍ଞାପିତ ଅଞ୍ଚଳରେ ନାଇଟ କର୍ଫୁ ଲାଗୁ କରାଯିବ । ଏହି ନାଇଟ କର୍ଫୁ ସରକାରୀଙ୍କ ନିର୍ଧାରିତ ଗାଇଡ଼ ଲାଇନ ଅନୁସାରେ ହେବ । ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତ୍ୱ କୁବଜାୟ ରଖିବା ପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି । କେନ୍ଦୁଝର ଜିଲ୍ଲା ଝାରଖଣ୍ଡ ରାଜ୍ୟର ସୀମାବର୍ତୀ ଅଞ୍ଚଳ ହୋଇଥିବା ବେଳେ ଅନ୍ୟ ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ଚେକିଂ ବ୍ୟବସ୍ଥା କଡାକଡି କାରଯାଇଛି । ସେହିପରି କେନ୍ଦୁଝର ଜିଲ୍ଲାର ସମସ୍ତ ହୋଟେଲ ଓ ଲଜ ରେ ରହିବାକୁ ହେଲେ ଆରଟିପିସିଆର ଟେଷ୍ଟ ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି । ସରକାର ଙ୍କର ବିଭିନ୍ନ ସମାୟାନୁସାରେ ଦିଆ ଯାଉଥିବ ଗାଇଡ଼ଲାଇନ କୁ ଗୁରୁତର ସହ ଗ୍ରହଣ କରି ପାଳନ କରିବାକୁ ଜନ ସାଧାରଣ କୁ ନିବେଦନ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking