30.1 C
Bhubaneswar
Wednesday, April 24, 2024
Homeଓଡିଶାଲ୍ୟାମ୍ପରେ ଧାନ ବିକ୍ରିର ବକେୟା ଟଙ୍କା ତୁରନ୍ତ ପ୍ରଦାନ ସହ ତଦନ୍ତ ଦାବିକଲା ବିଜେପି 

ଲ୍ୟାମ୍ପରେ ଧାନ ବିକ୍ରିର ବକେୟା ଟଙ୍କା ତୁରନ୍ତ ପ୍ରଦାନ ସହ ତଦନ୍ତ ଦାବିକଲା ବିଜେପି 

କେନ୍ଦୁଝର – ଗତ ଆର୍ଥିକ ବର୍ଷରେ ଖରିଫ ଧାନ ଚାଷ ପରେ ସମସ୍ତ ଚାଷୀ ସରକାରୀ ନିୟମାନୁସାରେ ଲ୍ୟାମ୍ପ ରେ ଧାନ ବିକ୍ରି କରିଥିଲେ । ଲ୍ୟାମ୍ପ ଗୁଡିକରେ ଧାନ ବିକ୍ରି କରି କିଛି ଚାଷୀ ଏହାର ମୂଲ୍ୟ ପାଇଥିବା ବେଳେ କିଛି ଚାଷୀ ଏପର୍ଯ୍ୟନ୍ତ ବକେୟା ପାଇ ନାହାନ୍ତି । ଏପରି ଚାଷୀଙ୍କ ମଧ୍ୟରେ କେନ୍ଦୁଝର ଜିଲ୍ଲା ସାହରପଡା ବ୍ଲକ ର ୬୮ ଜଣ ଚାଷୀ ଅଛନ୍ତି । ଉକ୍ତ ଚାଷୀମାନେ ଗତ ମାର୍ଚ୍ଚ ମାସରୁ ୩୮୬୬ କ୍ୱିଣ୍ଟାଲ ଧାନ ବିକ୍ରିକରି ପ୍ରାୟ ସତୁରି ଲକ୍ଷ ଷୋହଳ ହଜାର ସାତ ସହ ନବେ ଟଙ୍କା ପାଇ ନାହାନ୍ତି । ଏହି ଚାଷୀଙ୍କ ବକେୟା ଟଙ୍କା ପ୍ରଦାନ କରିବାକୁ ଦାବି କରିଛି ବିଜେପି କୃଷକ ମୋର୍ଚ୍ଚା । ଆଜି ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ରରେ କୃଷକଙ୍କ ହକ ପ୍ରାପ୍ୟ ପ୍ରଦାନ ସହ ଏଥିରେ ହୋଇଥିବା ଘୋଟଲା ପାଇଁ ସିବିଆଇ ତଦନ୍ତ ଦାବି କରିଛି କୃଷକ ମୋର୍ଚ୍ଚା । ସାହାରପଡ଼ା ଚାଷୀଙ୍କ ହକ ଯଥାଶୀଘ୍ର ପ୍ରଶାସନ ନମାନିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ କୃଷକ ମୋର୍ଚ୍ଚା ଚେତାବନୀ ଦେଇଛି ।

 

କେନ୍ଦୁଝର ଜିଲ୍ଲାରେ ଆଜି  ୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

କେନ୍ଦୁଝର : ଜିଲ୍ଲାରେ ଆଜି (ମଙ୍ଗଳବାର) ୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୮ ଆକ୍ରାନ୍ତଙ୍କ ମଧ୍ୟରେ ୭ ଜଣ ସ୍ଥାନୀୟ ଚିହ୍ନଟ ହୋଇଥିବା ବେଳେ ଜଣେ କୋରୋନା ଯୋଦ୍ଧା ଥିବା ଜିଲ୍ଲାପାଳ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ସମସ୍ତ ୭ ଜଣଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଥିବାବେଳେ, କୋରୋନା ଯୋଦ୍ଧା ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାରେ ଆଜିକୁ ମିଶାଇ ୪୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩୮ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ୮୪ଟି ଆକ୍ଟଭ କେସ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାପଡ଼ିଛି ।ସମସ୍ତ ନାଗରିକଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ରଖିଲେ କୋରୋନାକୁ ପ୍ରତିହିତ କରିହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

 

– ଅନିଲ ନନ୍ଦ ଙ୍କ ରିପୋର୍ଟ
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking