34.1 C
Bhubaneswar
Thursday, March 28, 2024
Homeଓଡିଶାକେନ୍ଦୁପତ୍ର ବୋଝେଇ ଟ୍ରକ ଜବତ, ୨ ଗିରଫ

କେନ୍ଦୁପତ୍ର ବୋଝେଇ ଟ୍ରକ ଜବତ, ୨ ଗିରଫ

ମୟୁରଭଞ୍ଜ :  କେନ୍ଦୁପତ୍ର ବୋଝେଇ ଟ୍ରକ ଜବତ। ମୟୁରଭଞ୍ଜ ଜିଲ୍ଲା ଜାତୀୟ ରାଜପଥ ୪୯ ବାଙ୍ଗିରିପୋଷି ନିକଟରେ ଜବତ। ଫରେଷ୍ଟ ବିଭାଗ ହାତରେ ଧରାପଡି ଜବତ ହୋଇଛି ଚୋରାରେ ଚାଲାଣ ହେଉଥିବା କେନ୍ଦୁପତ୍ର ଟ୍ରକ। କେନ୍ଦୁପତ୍ର ବୋଝେଇ ଟ୍ରକଟି ସମ୍ବଲପୁରରୁ ବାହାରି ମୟୁରଭଞ୍ଜ ବାଙ୍ଗିରିପୋଷି ପହଞ୍ଚିବା ଭିତରେ ଅନେକ ରାସ୍ତା ଅତିକ୍ରମ କରିବା ସତ୍ତ୍ୱେ କେମିତି ଜାଣିପାରିଲେନି ସରକାରୀ ଅଧିକାରୀମାନେ। ଯାହା ସଲାସୁତରାରେ ଚାଲିଛି ମାଫିଆଙ୍କ ଚୋରା ବେପାର ବୋଲି ଅଭିଯୋଗ ହେଉଛି । ନହେଲେ ଚୋରାରେ ଏତେ ରାସ୍ତା କେନ୍ଦୁପତ୍ର ଟ୍ରକଟି ଆସିଲା କେମିତି। ଏହି ରାସ୍ତାଦେଇ  ପ୍ରତ୍ୟେକଦିନ ଗୃହପାଳିତପଶୁ ସମ୍ପଦ ଠାରୁ ଆରମ୍ଭ କରି ଜଙ୍ଗଲଜାତ ଦ୍ରବ୍ୟ ଚୋରାରେ ଚାଲାଣ ହେଉଛି। କିନ୍ତୁ କେବେ ଧରା ପଡୁଛି ତ କେତେବେଳେ ଚୋରା ଚାଲାଣରେ ମାଫିଆ ମାନେ ସଫଳ ହେଉଥିବା ଦେଖା ଯାଇଛି। ବାଙ୍ଗିରିପୋଷି  ଜାତୀୟ ରାଜପଥ 49 ଦେଇ  ଏକ ଚୋରା କେନ୍ଦୁପତ୍ର ବୋଝେଇ ଟ୍ରକ ଯାଉଥିବା ନେଇ କୌଣସି ସୂତ୍ରରୁ ବାରିପଦା ଡିଏଫଓ ଙ୍କ  ପାଖରେ ପହଞ୍ଚିଥିଲା ଖବର। ସଙ୍ଗେ ସଙ୍ଗେ ବାଙ୍ଗରିପୋଷି ଡେ଼ପୁଟିବନାଞ୍ଚଳ ଅଧିକାରୀଙ୍କୁ ଖବରଦେଇ,ଆସୁଥିବା ଚୋରା କେନ୍ଦୁପତ୍ର ବୋଝେଇ ଟ୍ରକ ଉପରେ ତୀକ୍ଷଣଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ପାଇ ଡେପୁଟି ବନାଞ୍ଚଳ ଅଧିକାରୀ ଏଦିଗରେ ପଦକ୍ଷେପ ନେଇ ଦ୍ବାରଶୁଣୀଘାଟିରେ ଫରେଷ୍ଟ ଷ୍ଟାଫକୁ ମୁତୟନ  କରିଥିଲେ। ସେହି ସମୟରେ  ଏକ କେନ୍ଦୁପତ୍ର ଟ୍ରକ ନଂ WB25E 9782  ଆସୁଥିବା  ଦେଖି ଫରେଷ୍ଟବିଭାଗ ପିଛା କରି ବାଙ୍ଗିରିପୋଷି  ପଣ୍ଡାଶୋଳ ରାସ୍ତାରେ  ଧରିବାରେ ସଫଳ  ହୋଇଥିଲେ।  ଟ୍ରକଟି  ସମ୍ବଲପୁରରୁ ବେଙ୍ଗଲ  ଯାଉଥିଲା ବୋଲି ଟ୍ରକ  ଡ୍ରାଇଭର ଓ ଖଲାସି ପାଖରୁ  ଜଣାପଡିଛି । ଡ୍ରାଇଭର  ନରେଶ କୁମାର ରଜ( 28)  ଗରହାଣ୍ଡ ଝାରଖଣ୍ଡ ହୋଇଥିବା ବେଳେ ହେଲପର ସୈଫୁଲ  ଖାଁ ନନାକୁରୀ ମେଦିନିପୁର ଜିଲ୍ଲାର ବୋଲି ଜଣାପଡିଛି ।  ବନବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜବତ କେନ୍ଦୁପତ୍ରର ମୂଲ୍ୟ 5 ଲକ୍ଷ ଟଙ୍କାରୁ ଉର୍ଦ୍ଧ ହୋଇପାରେ। ତେବେ ଟ୍ରକରୁ କେନ୍ଦୁପତ୍ର ବାହାର କରି ସାରିଲେ ଏହାର ସଠିକ ମୁଲ୍ୟ ଜଣାଯିବ। ଏହି ଚଢ଼ାଉରେ ଫରେଷ୍ଟର ଲକ୍ଷ୍ମୀ କାନ୍ତ ବେହେରା, ଫରେଷ୍ଟଗାର୍ଡ ରଜନୀକାନ୍ତ  ଚୌଧୁରୀ,  ଗୌତମ  ସିଂ  ମଳୟ କୁମାର ମହାନ୍ତ ଏବଂ  ଡ୍ରାଇଭର ତପନ କୁମାର ବେହେରା ସାମିଲହୋଇଥିଲେ।  ଆଜି ଆସାମୀ ଦୁଇଜଣଙ୍କୁ କୋର୍ଟଚାଲାଣ କରାଯିବା ନେଇ ଡେପୁଟି ରେଞ୍ଜର ଶ୍ରୀଦାସଙ୍କ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking