26.1 C
Bhubaneswar
Friday, March 29, 2024
Homeଅପରାଧଦିଲ୍ଲୀରେ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଯୁବକଙ୍କ କରୋନାରେ ମୃତ୍ୟୁ

ଦିଲ୍ଲୀରେ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଯୁବକଙ୍କ କରୋନାରେ ମୃତ୍ୟୁ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ଆଉ ଜଣେ ପ୍ରବାସୀ ଶ୍ରମିକ କରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀରେ ମୃତ୍ୟୁ ବରଣ କରିଛନ୍ତି । ଦିଲ୍ଲୀରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ପରେ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରବାସୀ ଶ୍ରମିକଙ୍କର ପ୍ରବାସରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ଦୁଇ ଛୁଇଁଛି । କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ହାତିଆ ଗ୍ରାମର ନଟବର ସାହୁଙ୍କ ପୁଅ ରଞ୍ଜନ ସାହୁ ଗତ ୨୦ ବର୍ଷ ହେଲା ଦିଲ୍ଳୀରହି ପାଣି ପାଇପ ମିସ୍ତ୍ରୀ ଭାବେ କାମ କରୁଥିଲେ । ସେ ତାଙ୍କ ପତ୍ନୀ ଓ ଗୋଟିଏ ପୁଅ ଏବଂ ଗୋଟିଏ ଝିଅକୁ ନେଇ ଦିଲ୍ଲୀରେ ରହୁଥିଲେ । କିନ୍ତୁ ଗତ କିଛି ଦିନ ପୂର୍ବେ ସେ କରୋନା ଆକ୍ରାନ୍ତ ହୋଇଥିଲେ । ଗତ ମେ ମାସ ୩୧ ତାରିଖରେ ରଞ୍ଜନଙ୍କ ସ୍ୱାସ୍ଥ୍ୟରେ ଅଧିକ ଅବନତି ଆସିବାରୁ ତାଙ୍କ ସାଙ୍ଗମାନେ ତାଙ୍କୁ ଲୋକନାୟକ ହସପିଟାଲରେ ଭର୍ତୀ କରିଥିଲେ । ସେଠାରେ ଡାକ୍ତର ରଞ୍ଜନଙ୍କୁ ଭେଂଟିଲେଟରରେ ରଖି ଚିକିତ୍ସା କରିଥିଲେ ହେଁ ଗତ ୩୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଛି । ତେବେ ରଞ୍ଜନଙ୍କର କୋଭିଡ଼ରେ ମୃତ୍ୟୁ ହୋଇଥିବା ଲୋକନାୟକ ହସପିଟାଲର ଡାକ୍ତର ସୁରେଷ ସୂଚନା ପ୍ରଦାନ କରିଛନ୍ତି । ଡାକ୍ତରଖାନା ପକ୍ଷରୁ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ଦିଲ୍ଳୀରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ରଞ୍ଜନଙ୍କ ବିଧବା ପତ୍ନୀଙ୍କ ସହିତ ତାଙ୍କ ପୁଅ ଓ ଝିଅ ଏବେ ଦିଲ୍ଲୀରେ ରହୁଛନ୍ତି । ତେବେ ରଞ୍ଜନଙ୍କ ପତ୍ନୀ ଓ ତାଙ୍କ ପୁଅ, ଝିଅ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ମୃତ ରଞ୍ଜନ, ତାଙ୍କ ପତ୍ନୀ ଓ ପୁଅ, ଝିଅ ମିଳିମିଶି ଚଳୁଥିବାରୁ ଏମାନେ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି । ଲକ ଡାଉନ ଦିନରୁ ରଞ୍ଜନ ରୋଜଗାର ହରାଇ ବସି ରହିଥିଲେ ଓ ତାଙ୍କ ନିକଟରୁ ସଂଚିତ ଅର୍ଥ ସରିଯାଇଥିବାରୁ ରଞ୍ଜନଙ୍କ ପରିବାର ଲୋକେ ଅନାଟନ ମଧ୍ୟରେ ଗତିକରୁଥିଲେ । ଏହି ଦୁଃସମୟରେ ରଞ୍ଜନଙ୍କ ମୃତ୍ୟୁ ତାଙ୍କ ବିଧବା ପତ୍ନୀ ଓ ଦୁଇ ପିଲାଙ୍କୁ ନିରାଶ କରିଛି । ଏବେ ରଞ୍ଜନଙ୍କ ବିଧବା ପତ୍ନୀ ଓ ପିଲାମାନେ ଦିଲ୍ଲୀରେ ଭୋକ ଉପାସରେ କାଳାତିପାତ କରୁଥିବା ହାତିଆ ଗାଁ ଲୋକଙ୍କ ସୂତ୍ରରୁ ଖବର ମିଳୁଛି । ତେଣୁ ରଞ୍ଜନଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ଆର୍ଥୀକ ସହାୟତା ପ୍ରଦାନ ପାଇଁ ମତପ୍ରକାଶ ପାଉଛି । କରୋନାରେ ରଞ୍ଜନଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ପ୍ରକାଶ କରିବା ସହ ତାଙ୍କ ପରିବାର ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥୀକ ସହାୟତା ପ୍ରଦାନ କରାଯିବା ସହିତ ଆବଶ୍ୟକୀୟ ଅନ୍ୟ ସହାୟତା ଯୋଗାଇଦିଆଯିବ ବୋଲି କହିଛନ୍ତି । ଏହା ପୂର୍ବରୁ ପଟାମୁଣ୍ଡାଇ ଅଂଚଳର ଜଣେ ଯୁବକଙ୍କର ଦୁବାଇରେ କରୋନା ସଂକ୍ରମଣରେ ମୃତ୍ୟୁ ହୋଇ ଯାଇଛି । ପଟାମୁଣ୍ଡାଇ ଅଂଚଚଳର ଏହି ଯୁବକ ଜଣକ ଦୁବାଇରେ ରହି ପାଣିପାଇପ ମିସ୍ତ୍ରୀ ଭାବେ କାମ କରୁଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking