26.1 C
Bhubaneswar
Friday, March 29, 2024
Homeଓଡିଶାଛାତ୍ରଛାତ୍ରୀମାନେ କାଉନସିଲ ପରୀକ୍ଷା ବାତିଲ ଦାବିକରି ଆଜି ରାଜରାସ୍ତାକୁ ଓହ୍ଲାଇଲେ

ଛାତ୍ରଛାତ୍ରୀମାନେ କାଉନସିଲ ପରୀକ୍ଷା ବାତିଲ ଦାବିକରି ଆଜି ରାଜରାସ୍ତାକୁ ଓହ୍ଲାଇଲେ

କେନ୍ଦ୍ରାପଡା: ଜିଲ୍ଲାର ବିଭିନ୍ନ ଜୁନିୟର କଲେଜର ଛାତ୍ରଛାତ୍ରୀମାନେ କାଉନସିଲ ପରୀକ୍ଷା ବାତିଲ ଦାବିକରି ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି । ସରକାର ମାଟ୍ରିକ ପରୀକ୍ଷାକୁ ଯେଉଁ ଆଧାରରେ ବାତିଲ କରିଛନ୍ତି ସେହି ଆଧାରରେ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିବା ଦାବିକରି କେନ୍ଦ୍ରାପଡା ଜୁନିୟର କଲେଜ ସମେତ , କେନ୍ଦ୍ରାପଡା ଇଭନିଂ କଲେଜ, ପଟ୍ଟାମୁଣ୍ଡାଇ ଜୁନିୟର କଲେଜ, ନିକିରାଇ ମହାବୀର ଜୁନିୟର କଲେଜ,ବୀରୂପା ଜୁନିୟର କଲେଜ , ଆୟବା ସରକାରୀ ଜୁନିୟର ବିଜ୍ଞାନ କଲେଜ ଆଦି ଅନେକ ଜୁନିୟର କଲେଜର ଛାତ୍ରଛାତ୍ରୀ ମାନେ କଟକ ଚାନ୍ଦବାଲି ରାସ୍ତାର କେନ୍ଦ୍ରାପଡା ଜୁନିୟର କଲେଜ ଗେଟ୍ ସମ୍ମୁଖରେ ରାସ୍ତା ଅବରୋଧ କରିଛନ୍ତି । ପରୀକ୍ଷା ବାତିଲପାଇଁ ଶହଶହ ଛାତ୍ରଛାତ୍ରୀ କରୋନା କଟକଣାକୁ ଖାତିର କରିନାହାନ୍ତି । କେନ୍ଦ୍ରାପଡା ଟାଉନଥାନା ପୋଲିସ ଏହି ଆନ୍ଦୋଳନ ରୋକିବାକୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିଛନ୍ତି । କେନ୍ଦ୍ରାପଡା ତହସିଲଦାର ହେମଲତା ବାହାଲିଆ ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ ଭାବେ ମୁତୟନ ହୋଇଛନ୍ତି । ଗତ ୨୬ ତାରିଖରେ ଏହି ଛାତ୍ରଛାତ୍ରୀ ମାନେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ପରୀକ୍ଷା ବାତିଲ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking