26.1 C
Bhubaneswar
Friday, March 29, 2024
Homeଓଡିଶାନିପାଣିଆ ଡଙ୍ଗା ବୁଡ଼ି ଘଟଣାରେ ଦୁଇ ଭଉଣୀଙ୍କୁ ଜାତୀୟ ସାହାସିକତା ପୁରସ୍କାର

ନିପାଣିଆ ଡଙ୍ଗା ବୁଡ଼ି ଘଟଣାରେ ଦୁଇ ଭଉଣୀଙ୍କୁ ଜାତୀୟ ସାହାସିକତା ପୁରସ୍କାର

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ନିପାଣିଆ ଡଙ୍ଗା ବୁଡ଼ି ଘଟଣାରେ ଦୁଇ ଭଉଣୀଙ୍କୁ ଜାତୀୟ ସାହାସିକତା ପୁରସ୍କାର ମିଳିବ। ଦୁଇ ଭଉଣୀ ହେଲେ ପର୍ଣ୍ଣିମା ଗିରି ଓ ସବିତା ଗିରି। ଚଳିତ ବର୍ଷ ଜାନୁାଆରୀ ୨ରେ ଘଟିଥିଲା ଡଙ୍ଗାବୁଡ଼ି ଘଟଣାରେ ଗାଁ ଲୋକଙ୍କୁ ଅପେକ୍ଷା ନ କରି ପାଣି ଭିତରକୁ ଡେଇଁ ୧୨ ଜଣଙ୍କୁ ଉଦ୍ଧାର କରିଥିଲେ। ଦୁଇ ଝିଅଙ୍କ ସାହସିକତାକୁ ସବୁ ମହଲରେ ପ୍ରଶଂସା କରାଯାଇଥିଲା ମୁଖ୍ୟମନ୍ତ୍ରୀ ମଧ୍ୟ ଦୁଇ ସାହାସୀ ଭଉଣୀଙ୍କୁ ସମ୍ମାନିତ କରିଥିଲେ।
ସୂଚନା ଅନୁଯାୟୀ, ମାତ୍ର ୧୪ ବର୍ଷ ବୟସରେ ମହାକାଳପଡ଼ା ସାନ ନିପାଣିଆ ଗାଁର ବୁଦ୍ଧଦେବ ଗିରିଙ୍କ ଝିଅ ସବିତା ଓ ଉତ୍ତମ ଗିରିଙ୍କ ଝିଅ ପୂର୍ଣ୍ଣିମା। ଉଭୟ ନିଜ ଜୀବନକୁ ତୁଚ୍ଛ କରି ବିପଦପୂର୍ଣ୍ଣ ମହାନଦୀର ଶାଖା ଘୋଳା ନଦୀରେ ବୁଡ଼ା ଯାଉଥିବା ୧୨ ଜଣଙ୍କୁ ଉଦ୍ଧାର କରିଥିଲେ। ଖବର ସାମ୍ନାକୁ ଆସିବା ପରେ ଦୁଇ ଝିଅଙ୍କ ସାହସକୁ ସବୁଠି ସାବାସି ମିଳିଥିଲା। ଘଟଣା ସଂପର୍କରେ ସବିତା ଓ ପୂର୍ଣ୍ଣିମା କହିଥିଲେ ‘‘ଆମେ ଘର ଭିତରେ ଥିଲୁ, ହଠାତ୍‍ କିଛି ଗୋଟେ ଶବ୍ଦ ଶୁଭିଲା।
ନଦୀ ପାଖକୁ ଗଲୁ; ହେଲେ କିଛି ଜାଣି ପାରିଲୁନି। ପୁଣି କିଛି ସମୟ ପରେ ବୁଡ଼ି ଗଲୁ, ବଞ୍ଚାଅ, ବଞ୍ଚାଅ ବୋଲି ଚିତ୍କାର ଶୁଭିଥିଲା। ଦୌଡ଼ି ଯାଇ ଦେଖିଲା ବେଳକୁ ନଦୀ କୂଳରେ ବୋଟ୍ ବୁଡ଼ି ଯାଇଛି। ୪୦ରୁ ଅଧିକ ଲୋକେ ବଞ୍ଚିବା ପାଇଁ ପାଣି ଭିତରେ ସଂଘର୍ଷ କରୁଛନ୍ତି। ଏକଥା ଦେଖି ଦୁଇ ଭଉଣୀ ବଡ଼ ପାଟିରେ ଗାଁ ଲୋକଙ୍କୁ ଡାକିଥିଲେ।
ହେଲେ ଗାଁ ଲୋକଙ୍କୁ ଅପେକ୍ଷା ନ କରି ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ବାହାରି ପଡ଼ିିଥିଲେ। ପ୍ରବଳ ଶୀତକୁ ପାଣି ଭିତରେ କୁମ୍ଭୀର ଥିବାର ଭୟ। ଏସବୁକୁ ଖାତିର ନ କରି ନଈକୁ ଡେଇଁ ପଡ଼ିଲୁ ଏବଂ ପ୍ରାୟ ୧୨ ଜଣଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରେ ଦୁଇଜଣ ମୃତକ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking