38.1 C
Bhubaneswar
Tuesday, April 23, 2024
Homeଓଡିଶାବନ୍ଧୁତ୍ୱର ଅନନ୍ୟ ନିଦର୍ଶନ, ସାଙ୍ଗକୁ ଝୁରି ଝୁରି ଆଖିବୁଜିଲେ

ବନ୍ଧୁତ୍ୱର ଅନନ୍ୟ ନିଦର୍ଶନ, ସାଙ୍ଗକୁ ଝୁରି ଝୁରି ଆଖିବୁଜିଲେ

କେନ୍ଦ୍ରାପଡ଼ା : ଦୁଇ ଜଣଙ୍କ ଭିତରେ ଥିଲା ବନ୍ଧୁତ୍ୱର ପରାକାଷ୍ଠା । ଦୁହେଁ ସହପାଠୀ ନଥିଲେ ହେଁ ଗୋଟିଏ ବର୍ଷରେ ଥିଲା ଉଭୟଙ୍କ ଜନ୍ମତିଥି । ଦୁହେଁ କିନ୍ତୁ ଶିକ୍ଷକତା କରି ଅବସର ଗ୍ରହଣ କରିଥିଲେ । ବିଧିର ବିଧାନ ବଡ଼ ବିଚିତ୍ର । ସତେ ଯେପରି ଅନ୍ୟମାନେ ଏ ଦୁହିଁଙ୍କ ବନ୍ଧୁତ୍ୱକୁ ଇର୍ଷା କରୁଥିଲେ । ଜଣେ ମୃତ୍ୟୁବରଣ କରିବାର ଦ୍ୱାଦଶାହ ଦିନ ଅନ୍ୟଜଣେ ସାଙ୍ଗ ମୃତ୍ୟୁବରଣ କରିବା ଭଳି ଘଟଣା ଅନ୍ୟମାନଙ୍କୁ ଚକିତ କରିଛି । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଡ଼େରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଡାଳିଜୀ ଗ୍ରାମରେ । ଚଳିତ ମାସ ୧୪ତାରିଖରେ ମୃତ୍ୟୁବରଣ କରିଥିଲେ ଅବସରପ୍ରାପ୍ତ ଶିକ୍ଷକ ପତିତପାବନ ଜେନା(୬୮) । କୋରାପୁଟରେ ଶିକ୍ଷକତା କରି ସେ ଅବସର ଗ୍ରହଣ କରିଥିଲେ । ପତିତପାବନଙ୍କ ମୃତ୍ୟୁପରେ ମ୍ରିୟମାଣ ହୋଇପଡ଼ିଥିଲେ ତାଙ୍କର ବାଲ୍ୟ ବନ୍ଧୁ ଗୋବର୍ଦ୍ଧନ ଜେନା (୬୮) । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସେହିଦିନ ଠାରୁ ବିଗିଡ଼ିବାରେ ଲାଗିଥିଲା । ତେବେ ପତିତପାବନଙ୍କ ଦ୍ୱାଦଶାହ ତିଥିରେ ଗୋବର୍ଦ୍ଧନ ମୃତ୍ୟୁବରଣ କରିବା ସମସ୍ତଙ୍କୁ ହତବାକ୍ କରିଦେଇଥିଲା । ରବିବାର ରାତି ୧୨ଘଟିକା ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କର ମୃତ୍ୟୁଖବର ପାଇ ଗୋବର୍ଦ୍ଧନଙ୍କ କର୍ମସ୍ଥଳୀ ଥିବା ଡାଳିଜୀ ବାଗଦେବୀ ବିଦ୍ୟାପୀଠର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଖମୋଳ ସରପଞ୍ଚ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବାବେଳେ ବଡ଼ପୁଅ ହରେକୃଷ୍ଣ ମୁଖାଗ୍ନୀ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking