31.1 C
Bhubaneswar
Tuesday, April 23, 2024
HomeUncategorizedପ୍ରେମିକଙ୍କୁ ପ୍ରେମିକାଙ୍କ ଧମକ : ‘କଥା ନହେଲେ କିରାସିନି ଢାଳି ହୋଇ ମରିବି’

ପ୍ରେମିକଙ୍କୁ ପ୍ରେମିକାଙ୍କ ଧମକ : ‘କଥା ନହେଲେ କିରାସିନି ଢାଳି ହୋଇ ମରିବି’

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ମେଡିକାଲରେ କର୍ମଚାରୀ ଥିବା ଜଣେ ପ୍ରେମୀ ଯୁଗଳଙ୍କ ପ୍ରେମ କାହାଣୀ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଦୁଇଜଣଙ୍କ ମଧ୍ୟରେ କୌଣସି କାରଣରୁ ମନାନ୍ତର ହେବା ପରେ ଯୁବକ ଜଣକ କଥାହେବା ବନ୍ଦ କରିବାରୁ ମୋ ସହ କଥା ନହେଲେ କିରାସିନି ଢାଳିହୋଇ ମରିବି ବୋଲି ଯୁବତୀ ଜଣକ ଧମକ ଦେଇଥିଲେ । ତେବେ ସତରେ ଯଦି ସେ ଏମିତି କରନ୍ତି ତାହେଲେ ଏହାର ପରବର୍ତ୍ତୀ ପରିସ୍ଥିିତିକୁ ନେଇ ଯୁବକ ଜଣକ ଭୟଭୀତ ହୋଇପଡିଥିଲେ । ଶେଷରେ ଭୁବେନଶ୍ୱରର ଜନୈକ କିନ୍ନରଙ୍କ ଦା୍ୱରା ଏହି ଘଟଣାର ସମାଧାନ ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, କେନ୍ଦ୍ରାପଡା ମେଡିକାଲରେ ଠିକା କର୍ମଚାରୀ ଥିବା ଏହି ଯୁବକ ଓ ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା । ତେବେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହେବା ପରେ ଯୁବକ ଜଣକ କଥାବାର୍ତ୍ତା ହେବା ବନ୍ଦ କରିଦେଇଥିଲେ । ଏହାକୁ ନେଇ ଯୁବତୀ ଜଣକ ପ୍ରତିକ୍ରିୟା ପ୍ରକାଶ କରିବା ସହିତ ମୋ ସହିତ କଥା ନହେଲେ ତୁମ ଘର ଆଗରେ କିରାସିନି ଢାଳି ହୋଇ ମରିବି ବୋଲି ଡ୍ୟୁଟିରେ ଥିବାବେଳେ ଯୁବକଙ୍କୁ ଧମକ ଦେଇଥିଲେ । ଏହାକୁ ନେଇ ଯୁବକ ଜଣକ ଭୟଭୀତ ହେବା ପରେ ନିଜ ସାଥୀମାନଙ୍କୁ ଏ ସଂପର୍କରେ ଜଣାଇଥିଲେ । ସେମାନେ ଯୁବତୀଙ୍କୁ ବୁଝାଇ ବିଫଳ ହେବା ପରେ ଭୁବନେଶ୍ୱରର ଜଣେ କିନ୍ନରଙ୍କ ସହଯୋଗ ନେଇଥିଲେ । ସେ ବୁଝାଇବା ପରେ ଯୁବତୀ ଜଣକ ନିଜ ସିଦ୍ଧାନ୍ତ ବଦଳାଇଥିବା ଜଣାପଡିଛି । ଏହି ଘଟଣା କେନ୍ଦ୍ରାପଡ଼ା ମେଡିକାଲ କର୍ମଚାରୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking