26.1 C
Bhubaneswar
Friday, March 29, 2024
Homeଓଡିଶାଗୋପାଳକ ମାନଙ୍କର ଆଖିରୁ ନିଦ ହଜେଇଦେଇଛି କରୋନା ମାଡ

ଗୋପାଳକ ମାନଙ୍କର ଆଖିରୁ ନିଦ ହଜେଇଦେଇଛି କରୋନା ମାଡ

କେନ୍ଦ୍ରାପଡା : ଏବେ କେନ୍ଦ୍ରାପଡା ଜିଲ୍ଲା ତ୍ରିଲୋଚନପୁର ଗାଁର ଗୋପାଳକ ମାନଙ୍କର ଆଖିରୁ ନିଦ ହଜେଇଦେଇଛି କରୋନା ମାଡ । ଜୀବନ ଜୀବିକା ଉଜୁଡି ଯାଇଛି । ଅର୍ଥନୈତିକ ଅବସ୍ଥା ଏମନଙ୍କର ବିଗିଡିଯାଇଛି । ଗାଁ ରେ କେହି କରୋନା ପିଡିତ ନଥିଲେ ମଧ୍ୟ କରୋନା ଯନ୍ତ୍ରଣାରେ ଘାଣ୍ଟିହେଉଛନ୍ତି ଗରିବ ଗୁରୁବାମାନେ । ଗାଁ ସିନା ଛୋଟ ହେଲେ ଏହି ଗାଁର ଗୋପାଳକ ମାନଙ୍କର ଘରୁ ଉତ୍ପାଦିତ ଦୁଗ୍ଧ, ଦହି, ଛେନା, ଘିଅ ଆଦି ସ୍ଥାନୀୟ ବଜାରକୁ ଯାଏ । କେନ୍ଦ୍ରାପଡା ଓ ଏହାର ଆଖପାଖ ଛୋଟବଡ ବଜାରରେ ଉପଲବ୍ଧ ଛେନା ଜାତୀୟ ମିଷ୍ଟାନ୍ନ ପଦାର୍ଥ, ଦୁଗ୍ଧ ଜାତ ମିଷ୍ଟାନ୍ନ ଓ ଚାହା ଏହି ଗୋପାଳକ ମାନଙ୍କ ହାତରେ ତିଆରି । ଏବେ କରୋନା ଲକଡାଉନ ଓ ସଟଡାଉନ ପାଇଁ ଚାହା, ଜଳଖିଆ ଦୋକାନ ଓ ମିଷ୍ଟାନ୍ନ ଦୋକାନ ବନ୍ଦ ଥିବାରୁ ଏମାନଙ୍କର ଖିର କି ଛେନା ବିକ୍ରୟ ହୋଇପାରୁନି । ଫଳରେ ଏହି ଗାଁର ଦୁଗ୍ଧଚାଷୀ ମାନଙ୍କ ମୁଣ୍ଡରେ ଚଡକ ପଡିଛି । ଦୁଗ୍ଧ କି ଛେନା ବିକ୍ରୟ କରି ଏମାନେ ଗାଇପାଇଁ ବଜାରରୁ ଦନା କିଣିଥାନ୍ତି । ସବୁପରିବାରର ଅର୍ଥନୈତିକ ଅବସ୍ଥାକୁ ନିୟନ୍ତ୍ରଣ କରୁଥିବା ଏମାନଙ୍କର ଗୋପାଳନ ଓ ଦୁଗ୍ଧ ବ୍ୟବସାୟ ଏବେ ମାଟିରେ ମିଶିବାକୁ ବସିଲାଣି । ଏମାନେ ନିଜ ଗାଇର ଖୀରକୁ ଓମଫେଡକୁ ନଦେଇ ସ୍ଥାନୀୟ ବଜାରରେ ବିକ୍ରି କରୁଥିବାରୁ ଏମାନଙ୍କ ଖିର ଓମଫେଡ ନେଉନି । ଏବେ ଏମାନେ ଓମଫେଡକୁ ଖିର ବିକ୍ରୟ କରିବାକୁ ଚାହୁଁଥିଲେ ମଧ୍ୟ ତାହା ସମ୍ଭବ ହୋଇପାରୁନି । ଏହି ଗାଁରେ ଏକ ଓମଫେଡ କାଉଣ୍ଟର ଖୋଲି ଏମାନଙ୍କର ଉତ୍ପାଦିତ ଖିରର ବିକ୍ରି ସୁଯୋଗ ସୃଷ୍ଟି କରିବାକୁ ଗାଁର ଗାଇ ଚାଷୀମାନେ ଜିଲ୍ଲାପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ଦାବିକରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking