*ଦିନ ୧୧ ଟାରେ ହାଇଟେକ୍ ଢଙ୍ଗରେ ଲୁଟ କଲେ ଦୁର୍ବୁର୍ତ*

କେନ୍ଦ୍ରାପଡା: ପୋଲିସ ଡାଳେ ଡାଳେ ଗଲେ ଲୁଟେରା ପତ୍ରେ ପତ୍ରେ ବୁଲିଲେଣି । ନୁଆ ନୁଆ ଢଙ୍ଗରେ ଏବେ ଲୁଟେରା କରୁଛନ୍ତି ଲୁଟ୍ । ମୁଖ୍ୟମନ୍ତ୍ରୀ କରୋନା ସର୍ଭେ କରିବାପାଇଁ ପଠାଇଛନ୍ତି କହି ଘରଭିତରେ ବିଶ୍ୱାସ ଜନ୍ମାଇ ପ୍ରବେଶକଲେ ।ଆଧାର କାର୍ଡ ମାଗିଲେ । ଘରଭିତରେ ପଶି ବନ୍ଧୁକ ଓ ଛୁରୀ ଦେଖାଇ ଘରୁ ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟିନେଇ ଚାଲିଗଲେ ତାହା ପୁଣି ଦିନ ୧୧ ଟା ସମୟରେ । ଏପରି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ବଡ଼ମୁଳୁବସନ୍ତ ପଞ୍ଚାୟତ ର ନସିପୁର ଗାଁରେ ।

–ନସିପୁର ଗାଁର କୁଳମଣି ରାଉତ ଓ ତାଙ୍କ ପୁଅ ଘରେ ନ ଥିବା ସମୟରେ ଦିନ ୧୧ ଟା ବେଳେ ୩ ରୁ ୫ ଜଣ ବ୍ୟକ୍ତି ଘରକୁ ଆସି କରୋନା ସର୍ଭେ କରିବା ବାହାନାରେ ଘରକୁ ପଶିଥିଲେ । କୁଳମଣିଙ୍କ ପତ୍ନୀ ରଙ୍ଗଲତା ଓ ୩ବର୍ଷର ନାତୁଣୀ ଘରେ ଏକାକୀ ଥିବା ଜାଣି କରୋନା ସର୍ଭେ କରିବାର ବାହାନାରେ କବାଟ ଖୋଲିବା ପାଇଁ କହିଥିଲେ । ରଙ୍ଗଲତା ଘର କବାଟ ଖୋଲିବା ମାତ୍ରେ ଲୁଟେରାମାନେ ଘରଭିତରକୁ ପସି ଆସିଥିଲେ । ଆଉ ଜଣେ ଲୁଟେରା ପଛ ପଟୁ ଆସି ତାଙ୍କୁ ଜୋରରେ ଧରିବା ସହ ମାରଣାସ୍ତ୍ର ଦେଖାଇ ଜୀବନରେ ମାରି ଦେବା ଧମକ ଦେବା ସହ ଘରର ଗୋଟିଏ କଣରେ ବସାଇ ରଖିଥିଲେ ।

–ଏହା ପରେ ଘର କୁ ତନତନ କରି ଡକାୟତ ମାନେ ଖୋଜାଖୋଜି କରି ଆନୁମାନିକ ଲକ୍ଷାଧିକ ଟଙ୍କାର ସୁନା ଗହଣା, ନଗଦ ଟଙ୍କା ଆଦି ମାରଣାସ୍ତ୍ର ଦେଖାଇ ଲୁଟି ନେଇଥିବାର କୁଳମଣି ପ୍ରକାଶ କରିଛନ୍ତି ।
ବାଇଟ୍– କୁଳମଣି ରାଉତ
ଆଙ୍କର–ଖବର ପାଇ ପଟ୍ଟାମୁଣ୍ଡାଇ ଆଇଆଇସି ରାକେଶ କୁମାର ତ୍ରିପାଠୀ ପୋଲିସ ସଦଳ ବଳ ସହ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛନ୍ତି ।

ଗୋଟେପଟେ କରୋନା ସଂକ୍ରମଣ ଲାଗି ସରକାର ଓ ପ୍ରଶାସନ ବ୍ୟସ୍ତ ଥିବା ବେଳେ ଦୁର୍ବୁତ୍ତଙ୍କ ଏହି ହାଇଟେକ ଅନ୍ଦାଜରେ ଚୋରି ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି ପଟ୍ଟାମୁଣ୍ଡାଇ ପୋଲିସ ପାଇଁ ।

LEAVE A REPLY

Please enter your comment!
Please enter your name here