27.1 C
Bhubaneswar
Thursday, April 25, 2024
Homeଓଡିଶାନିଜାମୁଦ୍ଦିନ ଧର୍ମ ସମ୍ମିଳନୀରେ କେନ୍ଦ୍ରାପଡ଼ାର ଦୁଇଜଣ : ଜଣେ ଦିଲ୍ଲୀରେ କ୍ୱାରେଂଟାଇନରେ ଅନ୍ୟ ଜଣେ ଆଳିରେ

ନିଜାମୁଦ୍ଦିନ ଧର୍ମ ସମ୍ମିଳନୀରେ କେନ୍ଦ୍ରାପଡ଼ାର ଦୁଇଜଣ : ଜଣେ ଦିଲ୍ଲୀରେ କ୍ୱାରେଂଟାଇନରେ ଅନ୍ୟ ଜଣେ ଆଳିରେ

କେନ୍ଦ୍ରାପଡା଼ : ଦିଲ୍ଲୀର ନିଜାମୁଦ୍ଦିନରେ ହୋଇଥିବା ଧର୍ମ ସମ୍ମିଳନୀରେ କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇଜଣ ଯୋଗ ଦେଇଥିଲେ । ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଦିଲ୍ଲୀରେ କ୍ୱୋରେଂଟାଇନରେ ରହିଥିବା ବେଳେ ଅନନ୍ୟ ଜଣେ କେନ୍ଦ୍ରାପଡ଼ା ଫେରିଆସିଥିବା ଜଣାପଡ଼ିଛି । ଏହି ଦୁଇଜଜଣଙ୍କ ମଧ୍ୟରୁ ଜଣେ ପଟାମୁଣ୍ଡାଇ ଅଂଚଳର ହୋଇଥିବା ବେଳେ ଅନ୍ୟଜଣେ ଆଳି ଅଂଚଳର ବୋଲି ଜଣାପଡ଼ିଛି । ନିଜାମୁଦ୍ଦିନ ଧର୍ମ ସମ୍ମିଳନୀକୁ ପଟାମୁଣ୍ଡାଇରୁ ଯାଇଥିବା ଭକ୍ତ ଜଣକୁ ଦିଲ୍ଲୀରେ କ୍ୱାରେଂଟାଇନରେ ରଖାଯାଇଥିବା ବେଳେ ଆଳିରୁ ଯାଇଥିବା ବ୍ୟକ୍ତି ଜଣକ ଆଳିକୁ ଫେରିଆସିଛନ୍ତି । ଆଳିରୁ ଯାଇଥିବା ଭକ୍ତ ଜଣକ ଏକ ମସଜିଦ୍‌ରେ ଧର୍ମଗୁରୁ ଭାବେ କାର୍ଯ୍ୟ କରନ୍ତି । ଏହି ବ୍ୟକ୍‌ି ଜଣକ ଯାଜପୁର ଜିଲ୍ଲାର ମୂଳ ବାସିନ୍ଦା ହୋଇଥିବା ବେଳେ ସେ ୧୦ ବର୍ଷ ହେଲା ଆଳି ଅଂଚଳରେ ରହି ଏକ ମସଜିଦରେ ମେଯଲାନା ଭାବେ କାମ କରୁଛନ୍ତି । ନିଜାମୁଦ୍ଦିନରେ ହେଉଥିବା ଧର୍ମ ସମ୍ମିଳନୀକୁ ସେ ପ୍ରତିବର୍ଷ ଯାଆନ୍ତି । ଏହି ଭକ୍ତ ଜଣକ ଗତ ୧୧ ତାରିଖରେ ଦିଲ୍ଲୀରୁ ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ ଯୋଗେ ବାହାରି ଆଳିରେ ଆସି ୧୩ ତାରିଖରେ ପହଂଚିଥିଲେ । ଏମାନଙ୍କ ସମ୍ପର୍କରେ ପଟାମୁଣ୍ଡାଇ ପୁଲିସ ଗୁଇନ୍ଦା ରିପୋର୍ଟ ପାଇବା ପରେ ସମ୍ପୃକ୍ତ ମୌଲାନାଙ୍କୁ ପୁଲିସ ଡାକି ପଚଚରାଉଚରା କରୁଛି ଓ ସେ ସୁସ୍ଥ ଅଛନ୍ତି ବୋଲି ପଟାମୁଣ୍ଡାଇ ଏସଡିପିଓ ରଞ୍ଜନ କୁମାର ଦେ କହିଛନ୍ତି । ତେବେ ଏହି ଧର୍ମ ସମ୍ମିଳନୀରେ ଓଡ଼ିଶାରୁ ୨୫ ଜଣ ଲୋକ ଯୋଗ ଦେଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ନିଜାମୁଦ୍ଦିନ ଧର୍ମ ସମ୍ମିଳନୀରେ କରୋନା ଆକ୍ରାନ୍ତ ବିଭିନ୍ନ ଦେଶର ଲୋକ ଯୋଗଦେଇଥିଲେ ଓ ତାଙ୍କ ମଧ୍ୟରୁ ବହୁ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ଓ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ ମୃତ୍ୟୁ ବରଣ କରିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking