34.1 C
Bhubaneswar
Thursday, April 25, 2024
Homeଓଡିଶାକରୋନାରୁ ମୁକ୍ତ ପାଇଁ କରୋନା ଶାନ୍ତି ଯଜ୍ଞ

କରୋନାରୁ ମୁକ୍ତ ପାଇଁ କରୋନା ଶାନ୍ତି ଯଜ୍ଞ

କେନ୍ଦ୍ରାପଡ଼ା : କରୋନା ପଞ୍ଝା ମେଲାଇ ସମଗ୍ର ବିଶ୍ୱକୁ ଗ୍ରାସ କରିବାକୁ ବସିଛି । ମାନବ ସଭ୍ୟତାକୁ ଧ୍ୱଂସ କରିବାକୁ ପଣ କରି କରି ଚାଲିଛି ନର ସଂହାର । ପ୍ରତିଦିନ କରୋନା ମୁହଁରେ ପଡ଼ୁଛନ୍ତି ହଜାର ହଜାର ଲୋକ । ଆମେରିକା, ଇଟାଲି, ଜର୍ମାନ, ସ୍ପେନ ଭଳି ଦେଶମାନେ କରୋନା ଆଗରେ ହାତ ଟେକି ଦେଇଛନ୍ତି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଟପି ଯାଇଥିବା ବେଳେ ୧ ହଜାରରୁ ଅଧିକ ମୁଣ୍ଡ ନେଲାଣି କରୋନା । ଏହି ଅବସ୍ଥାରେ ସାଧାରଣ ଲୋକେ ଚିକିତ୍ସା ବିଜ୍ଞାନ ଉପରୁ ଭରସା ତୁଟାଇ ଭଗବାନଙ୍କୁ ଭରସା କରିଛନ୍ତି । କରୋନାରୁ ମୁକ୍ତି ପାଇବା ପାଇଁ ପୂର୍ବରୁ ଲୋକେ ଗ୍ରାମ ଦେବତୀଙ୍କ ନିକଟରେ ପୂଜାଚର୍ଚ୍ଚନା କରି ପଣା ଭୋଗ ଦେଉଥିଲେ । କିନ୍ତୁ ଏହି ପୂଜାର୍ଚ୍ଚନା ଓ ପଣା ଭୋଗ ସତ୍ୱେ କରୋନା ମହାମମାରୀ ଶାନ୍ତ ନହେବାରୁ ଲୋକେ ଏବେ ଜାଗ ଯଜ୍ଞ କରିବା ଆରମ୍ଭ କରିଛନ୍ତି ।

କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କହ୍ନେଇପୁର ଗାଁ ଲୋକମାନେ ଗ୍ରାମରେ ଥିବା ହନୁମାନ ମନ୍ଦିରରେ ଶୁକ୍ରବାର କରୋନା ଶାନ୍ତି ଯଜ୍ଞ କରିଛନ୍ତି । କରୋନା ଶନ୍ତି ଯଜ୍ଞ ଉଦ୍ଦେଶ୍ୟରେ କହ୍ନେଇପୁର ଗାଁର ପ୍ରତି ଘର ଦାଣ୍ଡ ଦୁଆର ଲିପାପୋଛା କରାଯାଇଛି । କହ୍ନେଇପୁର ଗାଁ ଲୋକେ ନିଜ ମଧ୍ୟରେ ଚାନ୍ଦା ଆଦାୟ କରି ଏହି ଯଜ୍ଞ ବ୍ୟବସ୍ଥା କରିଛନ୍ତି । ମନ୍ଦିର ପରିସରରେ ଯଜ୍ଞକୁଣ୍ଡ ସ୍ଥାପନ କରାଯିବା ସହ ପାଖ ଗାଁରୁ ବୈଦିକ ପଣ୍ଡିତମାନଙ୍କୁ ଡକାଯା ଯଜ୍ଞକୁଣ୍ଡରେ ଘୃତାହୁତି ଦିଆଯାଇଛି । ସମଗ୍ର ବିଶ୍ୱ, ଭାରତ, ଓଡ଼ିଶା ଓ କହ୍ନଇପୁର ଗାଁ କରୋନା ମୁକ୍ତ ହେବା ଉଦ୍ଦେଶ୍ୟରେ ବୈଦିକ ପଣ୍ଡିତମାନେ ବେଦ ମନ୍ତ୍ର ଉଚ୍ଚାରଣ କରି ଆହୁତି ପ୍ରଦାନ କରିଛନ୍ତି । କହ୍ନେଇପୁର ଗାଁ ପୁରୁଷ ଓ ମହିଳାକମାନେ ଯଜ୍ଞସ୍ଥଳରେ ପହଂଚି ସାମାଜିକ ଦୂରତ୍ୱ ରକ୍ଷା କରି ଯଜ୍ଞ ଦେବତାଙ୍କୁ ପ୍ରଣାମ କରି ବିଶ୍ୱକୁ କରୋନାମୁକ୍ତ କରିବାକୁ ପ୍ରର୍ଥନା କରିଛନ୍ତି । ଯଜ୍ଞରେ ପୂଜାର୍ଚ୍ଚନା କରିଥିବା ପଣ୍ଡିତମାନେ ସାମାଜିକ ଦୂରତ୍ୱ ରକ୍ଷା କରି ଯଜ୍ଞ କର୍ମ କରିଥିବା ବେଳେ ଲୋକମାନେ ସାମାଜିକ ଦୂରତ୍ୱ ରକ୍ଷା କରି ଯଜ୍ଞସ୍ଥଳରେ ଉପସ୍ଥିତ ରହିଥିଲେ । ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଯଜ୍ଞସ୍ଥଳରେ ଚୂନରେ ଗୋଲ ବୁଲାଯାଇଥିôବା ଦେଖାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking