ଅନାସ୍ଥା ଭୋଟର ସମ୍ମୁଖୀନ ହେଲେ ସରପଂଚ, ପଦ ହରାଇବା ଆଶଙ୍କା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ନରସିଂହପୁର ପଂଚାୟତର ସରପଂଚ ପ୍ରଭାତ ସେଠୀ ବୁଧବାର ଅନାସ୍ଥା ଭୋଟର ସମ୍ମୁଖୀନ ହୋଇଛନ୍ତି । ନରସିଂହପୁର ପଂଚାୟତତର ସରପଂଚ ପ୍ରଭାତ ସେଠୀ ପଂଚାୟତର ୱାର୍ଡ଼ ସଭ୍ୟଙ୍କ ମତାମତ ନନେଇ ବିଭିନ୍ନ୍ ଉନ୍ନୟନ କାର୍ଯ୍ୟ କରୁଥିବା ଓ ବିଭିନ୍ନ ଦୁର୍ନିତୀରେ ସଂପୃକ୍ତ ରହିଥିବା ନେଇ ୱାର୍ଡ଼ସଭ୍ୟମାନେ ଅଭିଯୋଗ କରିଆସୁଥିଲେ । ଗତ ଜୁନ ମାସ ୮ ତାରିଖରେ ୧୧ ଜଣ ୱାର୍ଡ଼ ସଭ୍ୟ ଏକତ୍ରିତ ହୋଇ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ସରପଂଚଙ୍କ ବିରୁଦ୍ଧରେ ଅନାସ୍ଥାପ୍ରସ୍ଥାବ ଆଣିଥିଲେ । କିନ୍ତୁ ଉପଜିଲ୍ଲାପାଳ ଏ ନେଇ କୌଣସି ପଦକ୍ଷେପ ନନେବାରୁ ୱାର୍ଡ଼ସଭ୍ୟମାନେ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ନିର୍ଦ୍ଦେଶ ପାଇବାର ୭ ସପ୍ତାହ ମଧ୍ୟରେ ଅନାସ୍ଥା ପ୍ରସ୍ଥାବ ଉପରେ ପଦକ୍ଷେପ ଗ୍ରହର କରିବାକୁ ଗତ ଜୁଲାଇ ମାସ ୧୫ ତାରିଖରେ ମାନ୍ୟବର ଉଚ୍ଚନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ । ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ପଟ୍ଟାମୁଣ୍ଡାଇ ପଂଚଚାୟତ ସମିତି କାର୍ଯ୍ୟାଳୟରେ ସ୍ଥାନୀୟ ତହସିଲଦାରଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବା ସହ ଅନାସ୍ଥା ପ୍ରସ୍ଥାବକୁ ନେଇ ଭୋଟ ଗ୍ରହଣ କରାଯାଇଥିଲା । ଏହି ଅନାସ୍ଥା ଭୋଟରେ ନରସିଂହପୁର ପଂଚାୟତର ସରପଂଚଙ୍କୁ ମିଶାଇ ମୋଟ ୧୬ ଜଣ ସଦସ୍ୟଙ୍କ ମଧ୍ୟରୁ ୧୨ ଜଣ ଯୋଗ ଦେଇଥିଲେ ହେଁ ନିଜେ ସରପଂଚ ଯୋଗ ଦେଇନଥିଲେ । ଯୋଗ ଦେଇଥିବା ୧୨ ଜଣ ୱାର୍ଡ଼ ସଭ୍ୟ ସରପଂଚଙ୍କ ବିରୁଦ୍ଧରେ ଭୋଟ ଦେଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here