16.1 C
Bhubaneswar
Friday, January 28, 2022
Homeଓଡିଶାଭୂତ ନେଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା

ଭୂତ ନେଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ଷ ବର୍ଷ ଧରି ଭୂତମାନେ ବାର୍ଦ୍ଧକ୍ୟ ଭତ୍ତା ନେଉଥିବା ଏବେ ପଦାକୁ ଆସିଛି । ଭୂତ ଅର୍ଥାତ ମୃତ ବ୍ୟକ୍ତିମାନେ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ନେଇ ଏବେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକର ତରାସ ଗ୍ରାମ ପଂଚାୟତର ଗୁଆଳିଆ ଗ୍ରାମର ଗଙ୍ଗାଧର ନାୟକଙ୍କର ଗତ ୨୦୧୮ ମସିହା ସେପ୍ଟେମ୍ବର ମାସ ୨୯ ତାରିଖରେ ପର ହୋଇଥିଲେ ହେଁ ତାଙ୍କ ନାମରେ ୨୦୨୦ ମସିହା ଜୁନ ମାସ ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ଉଠୁଥିବା ନେଇ ତାଙ୍କ ପୁଅ ପ୍ରଶାନ୍ତ ନାୟକ କେନ୍ଦ୍ରାପଡ଼ା ଜିଲ୍ଳାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସ୍ୱର୍ଗତଃ ଗଙ୍ଗାଧର ନାୟକଙ୍କର ବାର୍ଦ୍ଧକ୍ୟ ଭତ୍ତା ଦରଖାସ୍ତ ନମ୍ବର ଥିଲା ଓଆର-ଏ-୦୬୧୪୩୬୬୩, ଆଇଜିଜିଏନହଏପିଏସ । ସ୍ୱର୍ଗତଃ ଗଙ୍ଗାଧରଙ୍କ ବାର୍ଦ୍ଧକ୍ୟ ଭତାର ଷ୍ଟାଟସ ସମ୍ପର୍କରେ ତାଙ୍କ ପୁଅ ପ୍ରଶାନ୍ତ ଜଜାରିବା ପାଇଁ କମ୍ପ୍ୟୁଟରରୁ ଅନଲାଇନରେ ଜାଣିବା ପାଇଁ ଅନୁସନ୍ଧାନ କରିବାରୁ ଗତଜୁନ ମାସ ପର୍ଯ୍ୟନ୍ତ ତାଙ୍କ ବାପାଙ୍କ ନାମରେ ବାର୍ଦ୍ଧକ୍ୟ ଭତା ଉଠୁଥିବା ସେ ଜାଣିପାରିଥିଲେ ।
୨୦୨୦ ଜୁଲାଇ ମାସ ୩ ତାରିଖରେ ଗଙ୍ଗାଧରଙ୍କର ମୃତ୍ୟୁ ହୋଇଥିବାରୁ ତାଙ୍କ ବାର୍ଦ୍ଧକ୍ୟ ଭତା ଗତ ଜୁଲାଇ ମାସରୁ ବନ୍ଦ ହୋଇଥିବା ପ୍ରଶାନ୍ତ ଅନଲାଇନରୁ ଜାଣିବାକୁ ପାଇବା ପରେ ସେ ଏ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତେବେ ଗତ ୨ ବର୍ଷ ଧରି ଗଙ୍ଗାଧରଙ୍କ ନାମରେ ଉଠୁଥିବା ଭତା କୁଆଡ଼େ ଯାଉଛି? କିଏ ନେଉଛି? ସେ ନେଇ ଏବେ ପ୍ରଶ୍ନ ଉଠୁଛି । ଗଙ୍ଗାଧର ମାସକୁ ୫ ଶହ ଟଙ୍କା ଲେଖା ବାର୍ଦ୍ଧକ୍ୟ ଭତା ପାଉଥିଲେ । ସେହି ହିସାବରେ ବର୍ଷକୁ ୬ ହଜାର ଟଙ୍କା ଓ ୨ ବର୍ଷରେ ୧୨ ହଜାର ଟଙ୍କାର ବାର୍ଦ୍ଧକ୍ୟ ଭତ୍ତା ଗଲା କୁଆଡ଼େ ଓ ସେହି ଟଙ୍କାକୁ ଖାଇଲା କିଏ? ବୋଲି ପ୍ରଶାନ୍ତ ପ୍ରଶ୍ନ କରିବା ସହ ତାଙ୍କ ପଂଚାୟତର ପ୍ରାୟ ୧୧୦ ଜଣ ମୃତ ବ୍ୟକ୍ତିଙ୍କ ନାମରେଏହିଭଳି ଭାବେ ଚଂଚର୍ଗ କରାଯାଇ ବର୍ଷ ବର୍ଷ ଧରି ଭତ୍ତା ଉଠାଯାଉଥିବା ସେ ପ୍ରକାଶ କରିଛନ୍ତି । ଯଦି ଗୋଟିଏ ପଂଚାୟତର ୧୦ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ମାସକୁ ୫ ଶହ ଟଙ୍କା ଲେଖା ବାର୍ଦ୍ଧକ୍ୟ ଭତ୍ତା ଉଠୁଥାଏ ତାହେଲେ ସମଗ୍ର ବ୍ଲକରେ କେତେ ଜଣ ମୃତ ବ୍ୟକ୍ତିଙ୍କ ନାଁ’ରେ ବାର୍ଦ୍ଧକ୍ୟ ଭତ୍ତା ଉଠୁଥିବା ।
ସେହପରି ସମଗ୍ର ଜିଲ୍ଲାର ୯ଟି ବ୍ଲକରେ କେତେ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ମାସକୁ କେତେ ଟଙ୍କା ଲେଖା ବାର୍ଦ୍ଧକ୍ୟ ଭତ୍ତା ଉଠୁଥିବା ସେ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ଛିଡ଼ା ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ଯେ କେବଳ ମୃତ ବ୍ୟକ୍ତିମାନେ ବା ଭୂତମାନେ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି ତା’ ନୁହେଁ । ଜିଲ୍ଲାରେ ଭୂତମାନେ ରାସନ ଉଠାଉଥିବା, ଭୂତମାନେ ଅଙ୍ଗନବାଡି କେନ୍ଦ୍ରରେ ପାଠ ପଢି ଅଣ୍ଡା, ଛତୁଆ ଖାଉଥିବା, ଭୂତମାନେ ସ୍କୁଲରେ ପାଠ ପଢି ସରକାରୀ ପ୍ରଦତ ଇଉନିଫର୍ମ ପିନ୍ଧୁଥିବା ନେଇ ଅତୀତରେ ଅଭିଯୋଗ ହୋଇଛି । ତେବେ ଜିଲ୍ଲାର ବ୍ଲକ ଓ ଜିଲ୍ଲା କାର୍ଯ୍ୟାଳୟରେ କାର୍ଯ୍ୟରତ ବାବୁମାନେ ଏସବୁ ଭୂତଙ୍କ ସମ୍ପର୍କରେ କିପରି ବର୍ଷ ବର୍ଷ ଧରି ଅବଗଗତ ହୋଇପାରୁ ନାହାଁନ୍ତି ଓ ଭୂତମାନେ ସରକାରୀ ଟଙ୍କା ହଡ଼ପ କରି ଚାଲିଛନ୍ତି ସେ ନେଇ ସମଗ୍ର ଜିଲ୍ଲାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking