38.1 C
Bhubaneswar
Tuesday, April 23, 2024
Homeଓଡିଶାଗାଁ’କୁ ଆସିପାରିଲାନି ଆମ୍ବୁଲାନ୍ସ : ଅଢ଼େଇ କି.ମି ବୁହାହେଲେ ରୋଗୀ, ବିଳମ୍ବରେ ପହଞ୍ଚିବାରୁ ରୋଗୀଙ୍କ ଜୀବନ...

ଗାଁ’କୁ ଆସିପାରିଲାନି ଆମ୍ବୁଲାନ୍ସ : ଅଢ଼େଇ କି.ମି ବୁହାହେଲେ ରୋଗୀ, ବିଳମ୍ବରେ ପହଞ୍ଚିବାରୁ ରୋଗୀଙ୍କ ଜୀବନ ଗଲା

କେନ୍ଦ୍ରାପଡା : ସ୍ୱାସ୍ଥ୍ୟସେବା, ଗମନାଗମନ, ପାନୀୟଜଳ, ବିଜୁଳି, ଶିକ୍ଷାର ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ମାତ୍ର ମହାକାଳପଡା ବ୍ଲକ ପ୍ରଶାସନର ଅବହେଳା ଯୋଗୁଁ ପେଟଛେଲା ପଞ୍ଚାୟତ ଅନ୍ତର୍ଗତ ଜଙ୍ଗଲଘେରି-ଲୁଣିମାଟିଆ ଗାଁକୁ ଏପର୍ଯ୍ୟନ୍ତ କୈାଣସି ସ୍ଥାୟୀ ରାସ୍ତା ନଥିବା ଜଣାପଡିଛି । ଏହି ଗାଁ ବିକାଶର ଆଲୋକ ଦେଖିନଥିବା କୁହାଯାଏ । ଏହି ଗାଁରେ ଆମ୍ବୁଲାନ୍ସ ପହଞ୍ଚିଥିଲେ ମଧ୍ୟ ରାସ୍ତା ସମସ୍ୟା ଯୋଗୁଁ ଗାଁ ଭିତରକୁ ଯାଇପାରିଲାନି । ଫଳରେ ବୁଧବାର ଜଣେ ଗୁରୁତର ରୋଗୀ ନରୋତ୍ତମ ନାୟକ(୫୫)ଙ୍କୁ ଲୁଗାରେ ଦୋଳି କରି ଅଢ଼େଇ କିମି ବୋହି ମେଡିକାଲ ନେଉଥିଲେ । ହେଲେ ଆମ୍ବୁଲାନ୍ସ ନିକଟରେ ପହଞ୍ଚିବାକୁ ବିଳମ୍ବ ହେବାରୁ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସୂଚନାଯୋଗ୍ୟ, ନରୋତ୍ତମ ପକ୍ଷାଘାତ ରୋଗରେ ପଡ଼ି ଗୁରୁତର ହେବା ପରେ ତାଙ୍କୁ ମେଡିକାଲକୁ ନିଆଯିବା ପାଇଁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଗାଁକୁ ରାସ୍ତା ନଥିବାରୁ ୧୦୮ ଆମ୍ବୁଲାନ୍ସ  ଗ୍ରାମକୁ ଆସିନପାରି ଗାଁଠାରୁ ପ୍ରାୟ ଅଢେଇ କିମି  ଦୂୁରରେ ରହିଥିଲା । ତେବେ ଗୁରୁତର ନରୋତ୍ତମଙ୍କୁ ପଡୋଶୀମାନେ ପାଣି କାଦୁଅ ରାସ୍ତାରେ ଲୁଗା ଦୋଳିରେ ଆମ୍ବୁଲାନ୍ସ ନିକଟକୁ ବୋହି ନେଇଥିଲେ । ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପୂର୍ବରୁ ନରୋତ୍ତମଙ୍କ ମୃତ୍ୟୁ ହୋଇଥିଲା । ପୂର୍ବରୁ ଏଭଳି ଅନେକ ଘଟଣା ଘଟିଥିବା ଗ୍ରାମର ସବିତା ଭକ୍ତା, ଗୋବିନ୍ଦ ଭକ୍ତା ଓ ମିଟୁ ନାଏକ ପ୍ରମୁଖ ଅଭିଯୋଗ କରିଛନ୍ତି ।

୪୫ ଘର ଥିବା ଉକ୍ତ ଗ୍ରାମରେ ପ୍ରାୟ ୩୫୦ ଜଣ ଲୋକ ଦୀର୍ଘଦିନରୁ ବସବାସ କରିଆସୁଛନ୍ତି । ୧୯୫୦ ମସିହାରୁ ଏହି ଗ୍ରାମରେ ଲୋକ ବସବାସ ଆରମ୍ଭ କରିଛନ୍ତି । ଲୋକେ ମୂଲ ମଜୁରୀ ଲାଗି ଚଳୁଥିବାବେଳେ ଆବାସ ଯୋଜନା ସେମାନଙ୍କ ପାଇଁ ସାତସପନ ହୋଇଛି । ଗ୍ରାମରେ ପାନୀୟଜଳ ସମସ୍ୟା ମଧ୍ୟ ଉତ୍କଟ । ବର୍ଷାଦିନରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡୁଥିବାରୁ ଗାଁଠାରୁ ପ୍ରାୟ ୪ କିମି ଦୂରରେ ଥିବା ସ୍କୁଲରେ ପିଲାମାନେ ପଢିପାରୁନଥିବା ସୂଚନା ମିଳିଛି । ଏସମ୍ପର୍କରେ ମହାକାଳପଡା ବିଡିଓ ଦୋବାଶିଷ ରାଉତଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking