28.1 C
Bhubaneswar
Thursday, March 28, 2024
Homeଓଡିଶାଯୁବକର ଉନ୍ମତ୍ତକାଣ୍ଡ : ହାଇଓ୍ଵା ଓ ଟ୍ରକ୍ ଜାଳିଲା

ଯୁବକର ଉନ୍ମତ୍ତକାଣ୍ଡ : ହାଇଓ୍ଵା ଓ ଟ୍ରକ୍ ଜାଳିଲା

କେନ୍ଦ୍ରାପଡ଼ା  : ଆଜି ସଟଡାଉନ ଯୋଗୁଁ ସମସ୍ତ ଦୋକାନ, ବଜାର ବନ୍ଦ ଥିବା ବେଳେ ଜଣେ ଯୁବକ ଉନ୍ମତ୍ତକାଣ୍ଡ ଘଟାଇଛି। ଉନ୍ମତ୍ତ ଯୁବକ ଆଳି ବଜାରରେ ସକାଳ ୬ଟା ସମୟରେ ଗୋଟିଏ ହାଇଓ୍ବାକୁ ପେଟ୍ରୋଲ ଢାଳି ସମ୍ପୂର୍ଣ୍ଣ ଜାଳି ଦେଇଥିବା ବେଳେ ଡ୍ରାଇଭର ଉପରେ ମଧ୍ୟ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲା। ତେବେ ଜୀବନ ବିକଳରେ ଡ୍ରାଇଭର ଦୌଡ଼ି ପଳାଇ ଯାଇ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସେହିପରି ସଂପୃକ୍ତ ଯୁବକ ବାଳକାଟି ନିକଟରେ ପାର୍କିଂ କରିଥିବା ଆଉ ଏକ ଟ୍ରକରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚିବାରୁ ଅଧାପୋଡ଼ା ଅବସ୍ଥାରେ ଟ୍ରକଟି ରହିଯାଇଛି। ଏହା ସହିତ ଯୁବକ ଜଣଙ୍କ ଅନ୍ୟ ଏକ ମାଛ ଗାଡ଼ିର ଡ୍ରାଇଭର ଉପରେ ଆକ୍ରମଣ କରିଥିବା ମଧ୍ୟ ପୁଲିସ ସୂତ୍ରରୁ ଜଣାପଡ଼ିଛି। ଖବର ପାଇ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଟ୍ରକଟି ସମ୍ପୂର୍ଣ୍ଣ ଜଳିଯାଇଛି।
https://onakhabar.com/2020/06/13/elephant-dead-8/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking