27.1 C
Bhubaneswar
Friday, March 29, 2024
Homeଓଡିଶାଜୀବନକୁ ବାଜି ଲଗାଇ ପ୍ରଚଣ୍ଡ ଖରାରେ ଖଟୁଛନ୍ତି ଶ୍ରମିକ

ଜୀବନକୁ ବାଜି ଲଗାଇ ପ୍ରଚଣ୍ଡ ଖରାରେ ଖଟୁଛନ୍ତି ଶ୍ରମିକ

କେନ୍ଦ୍ରାପଡ଼ା : ଜୀବନକୁ ବାଜି ଲଗାଇ ୪୦ ଡିଗ୍ରୀ ପ୍ରଚଣ୍ଡ ଟାଣ ଖରାରେ ଖଟୁଛନ୍ତି ଶ୍ରମିକମାନେ । ଜଜାଙ୍ଗ ଗାଁର ଇଟା ଭାଟିରେ ଡହଡହ ଖରାରେ ଇଟା ଗଢୁଛନ୍ତି ଶ୍ରମିକ । ଗ୍ରୀଷ୍ମ ପ୍ରବାହକୁ ଅନୁଭବକରି ଶ୍ରମିକମାନଙ୍କ ଶ୍ରମ ସମୟ ନିରଦ୍ଧାରଣ କରିଛନ୍ତି ସରକାର । ସକାଳ ୭ରୁ ୧୧ ଟା ଓ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଶ୍ରମିକ ମାନେ କାମ କରିବାକୁ ସରକାରଙ୍କର ଅନୁମତି ରହିଛି । ହେଲେ ଏସବୁ କାଗଜ କଲମର ଆଇନ ହୋଇ ରହିଛି ଦିନ ମଜୁରିଆଙ୍କ ପାଖରେ । ମାଲିକର ଠିକଣା ଢଙ୍ଗରେ କାମ ନକଲେ ମାଲିକ ମଜୁରୀ କମାଇ ଦେବାର ଭୟ ଓ ଖରାରେ କାମକଲେ ଅଂଶୁଘାତର ଭୟ । ଏସବୁ ଦୁଇ ସମସ୍ୟା ମଧ୍ୟରେ ଜୀବନକୁ ବାଜି ଲଗାଇଛି ଆଜି ଶ୍ରମିକ । ଆଜି ଶ୍ରମିକ ଦିବସରେ ଏସବୁ ଆଇନ କାନୁନ କଟକଣା କିଛି ମାନେନାହିଁ ଜଜାଙ୍ଗ ଗାଁର ଇଟାଭାଟିରେ କାମକରୁଥିବା ଶ୍ରମିକଙ୍କ ପାଖରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking