28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଆସୁଛି ପାର୍ବଣ : ଧରାପୃଷ୍ଠକୁ ଓହ୍ଲାଇବେ ଜଗତଜନନୀ ମା ଦୁର୍ଗା,ସ୍ୱାଗତ କରୁଛି କାଶତଣ୍ଡୀ ଫୁଲ

ଆସୁଛି ପାର୍ବଣ : ଧରାପୃଷ୍ଠକୁ ଓହ୍ଲାଇବେ ଜଗତଜନନୀ ମା ଦୁର୍ଗା,ସ୍ୱାଗତ କରୁଛି କାଶତଣ୍ଡୀ ଫୁଲ

ଯାଜପୁର -ମର୍ତ୍ୟଧାମକୁ ମା ଦୁର୍ଗାଙ୍କ ର ଆଗମନ ପାଇଁ ପ୍ରକୃତି ରାଣୀ ସଜେଇ ହୋଇଛି । ଶରତ ଋତୁ ମା ର ଆଗମନ କୁ ଅପେକ୍ଷା କରି ନାନା ଜାତିର ଫୁଲ ଭେଟି ଦେବା ପାଇଁ ଫୁଲ ଗୁଡିକର ବାସ୍ନା ମା ଙ୍କ ଆଗମନ କୁ ସୁଗନ୍ଧିତ କରିଛି । କୃଷି କ୍ଷେତ୍ର ରେ ଧରଣୀ ରାଣୀ ସବୁଜ ବନାନୀ ଓ କାଶତଣ୍ଡୀ ଫୁଲ ପବନ ଦ୍ୱାରା ହଲି ମା ଙ୍କୁ ସ୍ୱାଗତ ଜଣାଉଛି । ଶାରଦୀୟ ଦୁର୍ଗା ପୂଜା ସହର ଠାରୁ ପୁର ପଲ୍ଲୀ ରେ ମହାସମାରୋହ ରେ ପାଳିତ ହୁ।ପୂଜା ଛୁଟି ରେ ଅଫିସର, କର୍ମଚାରୀ ଓ ଶ୍ରମିକ ନିଜ କର୍ମ କ୍ଷେତ୍ରରୁ ଗାଁ କୁ ଆସିଥାନ୍ତି କିନ୍ତୁ ଚଳିତ ବର୍ଷ ଶାରଦୀୟ ଉତ୍ସବ ସମସ୍ତ ଙ୍କ ମନକୁ ଫିକା କରିଦେଇଛି । କୋଭିଡ -19, ବା କରୋନା ମହାମାରୀ ଭୟା ଭୟ ରେ ସମସ୍ତେ ଆତଙ୍କିତ ।ସରକାର ଙ୍କ ତରଫରୁ ପୂଜା କରିବା ପାଇଁ ଗାଇଡ଼ ଲାଇନ ଜାରି ହୋଇଛି ।ଏ ବର୍ଷ ଶାରଦୀୟ ପୂଜା ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଛି ।

ଆମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଙ୍କର ଦୁତୀୟା ଓଷା  ଠାରୁ ଵିଧି ଶାସ୍ତ୍ରୀୟ ପରମ୍ପରା ଅନୁସାରେ ମା ବିରଜା ଙ୍କର ଷୋଡ଼ଶଉପଚାର ପୂଜା ଆରମ୍ଭ ହୋଇଛି । ମା ଙ୍କ ବିଭିନ୍ନ ମନ୍ତ୍ରରେ ପୂଜା କରାଯାଇ ଚଣ୍ଡୀ ପାଠ ଅନୁଷ୍ଠିତ ହୋଇଛି । ଦୁତୀୟା ଓଷା ଦିନ ବ୍ରହ୍ମ କୁଣ୍ଡରୁ ଜଳ ଅଣାଯାଇ ନବରତ୍ନ ବେଦିରେ ଘଟ ସ୍ଥାପନ କରାଯାଇଥିଲା । ବୈତରଣୀ ନଦୀ ର ଦସ୍ବାଶମେଧ ଘାଟ ରୁ ଵିଧି ଅନୁସାରେ ଜଳ ଅଣାଯାଇ ମା ଙ୍କୁ ମହାସ୍ନାନ କରାଯାଇଥିଲା ।ଏବର୍ଷ କରୋନା କଟକଣା ଯୋଗୁଁ କୋଭିଡ -19 ନିୟମାନୁସାରେ ପୂଜା କରାଯାଉଛି ।

ଏ ବର୍ଷ ମଳ ମାସ ପଡିଥିବାରୁ 46ଦିନ ଧରି ପୂଜା ଚାଲିବ । ପାର୍ବଣ ପୂଜା ପାଇଁ ଜିଲ୍ଲାରେ ଥିବା ବିଭିନ୍ନ ଶକ୍ତି ପୀଠରେ ଦୁତୀୟା ଓଷା ଠାରୁ ଚଳଚଞ୍ଚଳ ହୋଇଉଠିଛି । ଏହି ପୂଜା ଓ ଚଣ୍ଡୀ ପାଠ ଚାଲିଛି । ବିଭିନ୍ନ ପୂଜା ମଣ୍ଡପ ର କର୍ମକର୍ତ୍ତା ମାନେ କୋଭିଡ ନିୟମ ମାନି ପୂଜା ଉପରେ ବିଚାର ବିମର୍ଷ ଚଳାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking