30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗରାଉରକେଲାରେ ଫିକା ପଡ଼ିଲା କାର୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ

ରାଉରକେଲାରେ ଫିକା ପଡ଼ିଲା କାର୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ

ରାଉରକେଲା: କାର୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବରେ ପଡ଼ିଲା କରୋନା ଛିଟା! କୋଭିଡ଼ କଟକଣା ଯୋଗୁ ବିଭିନ୍ନ ନଦୀଘାଟରେ ଡଙ୍ଗା ଭସାଣ ପାଇଁ ପ୍ରଶାସନ ପକ୍ଷରୁ ରୋକ ଲଗାଯାଇଥିଲା । ଏପରିସ୍ଥଳେ ଲୋକେ ଘର ନିକଟରେ ଥିବା ପୋଖରୀରେ ଡଙ୍ଗା ଭସାଣ କରିଥିବା ବେଳେ, କେହିକେହି ପାଣିକୁଣ୍ଡରେ କାଗଜ ଅବା କଦଳୀ ପଟୁଆ ଡଙ୍ଗା ଭସାଣ କରିଥିବା ଦେଖିବାକୁ ମିଳିଥିଲା । ଏହାପୂର୍ବରୁ ଗତକାଲି ରବିବାର ସଂଧ୍ୟାରେ କେବଳ ବିଧିରକ୍ଷା ଓ ଅତୀତର ପରମ୍ପରାକୁ ଉଜ୍ଜିବୀତ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ପରି ସେକ୍ଟର-୨ ସ୍ଥିତ ଉତ୍କଳ ସାଂସ୍କୃତିକ ପରିଷଦ, ସେକ୍ଟର-୧୪ ସ୍ଥିତ କୋଣାର୍କ ସାଂସ୍କୃତିକ ପରିଷଦ ସାରନଗରୀ ସ୍ଥିତ ବୋଇତ ବନ୍ଦାଣ ପଡ଼ିଆର ମୁକ୍ତାକାଶ ପେଣ୍ଡାଲରେ ପ୍ରତିକାତ୍ମକ ବୋଇତ ବନ୍ଦାଣ ନିରାଡମ୍ବର ଉତ୍ସବ କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ରିତିନିତୀ ଅନୁଯାୟୀ, ପେଣ୍ଡାଲ ଉପରେ ଥିବା ସୋଲ ନିର୍ମିତ ବୋଇତକୁ ଦକ୍ଷିଣ ରାଉରକେଲା ବୋଇତ ବନ୍ଦାଣ ସମିତି ପକ୍ଷରୁ ସଦସ୍ୟ ମାନେ ଧୂପ, ଦୀପ ସିନ୍ଦୂର ଦେଇ ଦେଇ ବନ୍ଦାଇ ଥିଲେ । କୋଭିଡ଼ କଟକଣା ଯୋଗୁ ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାଦ୍ ଦିଆଯାଇଥିଲା, ଯାହାକୁ ନେଇ ସାରନଗରୀବାସିନ୍ଦା ମାନଙ୍କ ମଧ୍ୟରେ ନୈରାଶ୍ୟର ଭାବ ସ୍ପଷ୍ଟ ଭାବେ ବାରି ହୋଇ ପଡୁଥିଲା । ଆଜି ଆୟୋଜିତ ନିରାଡମ୍ବର ଉତ୍ସବରେ ଆୟୋଜକଙ୍କ ପକ୍ଷରୁ ଶ୍ରୀଚରଣ ସାମଲ, ଚାନ୍ଦମଣି ନାୟକ, ଅନୀଲ କୁମାର ମଲ୍ଲିକ, ସୁଶାନ୍ତ ରାଉତ, ସଂଜୟ ଦାସ, କେଶବ ସାହୁ, ଆଭାସ ରମଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking