34.1 C
Bhubaneswar
Thursday, April 25, 2024
Homeଓଡିଶାକରୋନା ପାଇଁ ଔଷଧ ଅଭାବ ଦେଖାଦେଇପାରେ

କରୋନା ପାଇଁ ଔଷଧ ଅଭାବ ଦେଖାଦେଇପାରେ

ବେଜିଂ: ଚୀନରେ ଦେଖାଦେଇଥିବା ମହାମାରୀ କରୋନା ଏବେ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ହୋଇଛି । ଗତକାଲି ଆଫ୍ରୀକାରେ କରୋନାରେ ୬ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଚୀନରେ ହଜାର ହାଜର ଲୋକ ଦିନକୁ ଏଥିରେ ଆକ୍ରାନ୍ତ ହେଉଛନ୍ତି । ବର୍ତ୍ତମାନ ପରିସ୍ଥିତି ଯାହା ଅଛି ଏତେଶୀଘ୍ର ସ୍ଥିତି ସୁଧୁରିବା ଆଶାକ୍ଷୀଣ । ଅପରକ୍ଷରେ ଚୀନ୍‌ରେ ସମସ୍ତ ସତର୍କତା ଓ ପ୍ରତିକାର ସତ୍ତ୍ୱେ କରୋନା ଭାଇରସ୍‌ର ସଂକ୍ରମଣ ଥମିବାକୁ ନାଁ ଧରୁନାହିଁ । ଶନିବାର ଗୋଟିଏ ଦିନରେ ଚୀନ୍‌ରେ ୧୪୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଜାପାନ, ସିଙ୍ଗାପୁର ଓ ହଂକଂ ସମେତ ଅନ୍ୟାନ୍ୟ ଦେଶରେ ଚିକିତ୍ସାଧୀନ କରୋନା ସଂକ୍ରମିତଙ୍କୁ ମିଶାଇଲେ ମୋଟ୍ ସଂକ୍ରମିତ ସଂଖ୍ୟା ୬୯ ହଜାରରେ ପହଂଚିଛି । ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୯,୫୦୦ ରୋଗୀ ଆରୋଗ୍ୟ ଲାଭ କରି ଘରକୁ ଫେରିଥିବା ଜଣାପଡ଼ିଛି ।
ଅନ୍ୟପକ୍ଷରେ ସ୍ଥିତି ଯାହା ଏତେଶୀଘ୍ର ସ୍ଥିତି ସୁଧୁରିବା ଆଶାକ୍ଷୀଣ । ଏଭଳି ପରିସ୍ଥିତିରେ ପ୍ରମାଦ ଗଣୁଛନ୍ତି ଭାରତୀୟ ଔଷଧ ନିର୍ମାତା । ଔଷଧ ଉତ୍ପାଦନ ପାଇଁ ୭୦ % କଞ୍ଚାମାଲ ଚୀନ ଯୋଗାଇଥାଏ । ପେନସିଲିନ ତଥା ଏହା ସହ ଜଡ଼ିତ ଅନ୍ୟ ଔଷଧଗୁଡ଼ିକର ଉତ୍ପାଦନ ପାଇଁ ୯୦% କଞ୍ଚାମାଲ ସେଠାରୁ ଆସିଥାଏ । ଯାହା ଜଣାପଡୁଛି ଯଦି ସ୍ଥିତି ଦୁଇ ମାସ ମଧ୍ୟରେ ନ ସୁଧୁରେ ତାହେଲେ ଭାରତରେ ଔଷଧ ଅଭାବ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ । ବହୁଳ ଭାବେ ବ୍ୟବହୃତ ପାରାସିଟାମଲ, ଆଣ୍ଟିବାୟୋଟିକ ସହ ମଧୁମେହ ପାଇଁ ଉଦ୍ଦିଷ୍ଟ ଔଷଧ ମିଳିବା କଷ୍ଟକର ହୋିଯିବ । ଯୁକ୍ତରାଷ୍ଟ୍ର ଆମେରିକାରେ ବିକ୍ରି ହେଉଥିବା ଏକତୃତୀୟାଂଶ ଔଷଧ ଭାରତ ଯୋଗାଇଥାଏ । କିନ୍ତୁ ଏବେ ଦେଶର ପ୍ରମୁଖ ଔଷଧ ନିର୍ମାତାମାନେ ସମ୍ଭାବ୍ୟ କଞ୍ଚାମାଲ ଅଭାବଜନିତ ବିପତ୍ତିକୁ ନେଇ ଅନୁମାନ ଲଗାଇ ସାରିଲେଣି । ଯଦି ଦୁଇ ମାସ ଭିତରେ ମହାମାରୀ ରୂନ ନେଇଥିବା କରୋନା ନିୟନ୍ତ୍ରଣକୁ ନ ଆସେ ତାହାହେଲେ ସାରା ବିଶ୍ୱରେ ବିଶେଷ କରି ଭାରତରେ ଔଷଧ ସଂକଟ ଦେଖାଦେବା ସୁନିଶ୍ଚିତ ବୋଲି ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking