34.1 C
Bhubaneswar
Thursday, April 25, 2024
Homeଓଡିଶାକରୋନା ଛଡ଼ାଇ ନେଲା ପାଠପଢ଼ା: ବିଦ୍ୟାଳୟ ମୁହାଁ ହେଉନାହାନ୍ତି ପିଲା

କରୋନା ଛଡ଼ାଇ ନେଲା ପାଠପଢ଼ା: ବିଦ୍ୟାଳୟ ମୁହାଁ ହେଉନାହାନ୍ତି ପିଲା

ସୋରଡା : ଗୋଟିଏ ପଟେ ପିଲାଙ୍କୁ ଉନ୍ନତ ମାନର ଶିକ୍ଷା ଯୋଗାଇଦେବା ପାଇଁ ସରକାର ସ୍ମାର୍ଟ ସ୍କୁଲ ଖୋଲୁଥିବା ବେଳେ ପିଲା କିନ୍ତୁ ସ୍କୁଲ ଯିବା ପରିବର୍ତ୍ତେ ଅଧାରୁ ପାଠ ପଢା ଛାଡୁଛନ୍ତି । ଦୀର୍ଘ ଦୁଇବର୍ଷର ବ୍ୟବଧାନ ପରେ ପ୍ରାଥମିକ ବିଦ୍ୟାଳୟ ଖୋଲିଲା । ପିଲାଏ ପଞ୍ଚମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ପରେ ଷଷ୍ଠ ଶ୍ରେଣୀରେ ନାମ ଲାଗିଲା । କିନ୍ତୁ ଦିନେ ହେଲେ ବି ସ୍କୁଲ ପିଣ୍ଢା ମାଡ଼ି ନାହାଁନ୍ତି ପିଲାଏ । ସ୍କୁଲ ଯିବା ପରିବର୍ତ୍ତେ କିଏ ଛେଳି ଚରାଉଛି ତ ଆଉ କିଏ ଜମିକୁ ଯାଇ ଚାଷ କରୁଛି । ଏମିତିକା ଦୃଶ୍ୟ ଦେଖିବାକୁ ମିଳିଛି ସୋରଡ଼ା ବ୍ଲକ ଗେଞ୍ଜା ପଞ୍ଚାୟତରେ । କରୋନା କଟକଣା ପାଇଁ ଦୀର୍ଘ ବର୍ଷ ଧରି ବିଦ୍ୟାଳୟ ବନ୍ଦ ରହିଥିଲା । କରୋନା ଥମିବା ପରେ ଚଳିତ ବର୍ଷ ବିଦ୍ୟାଳୟ ଖୋଲିଛି । ପଞ୍ଚମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ପିଲା ଏବେ ଷଷ୍ଠ ଶ୍ରେଣୀକୁ ନଯାଇ ଅଧାରୁ ପାଠ ପଢା ଛାଢ଼ୁଥିବା ଦେଖିବାକୁ ମିଳିଛି । ପିଲାଙ୍କ ପାଠପଢା ପ୍ରତି ଆଗ୍ରହ ଥିଲେ ମଧ୍ୟ ଘରର ଆର୍ôଥକ ସ୍ଥିତି ଦୁର୍ବଳ ଥିବାରୁ ବାପା ମା ପିଲାଙ୍କୁ ସ୍କୁଲ ଛାଡିବା ବଦଳରେ ଚାଷ କାମରେ ନିୟୋଜତ କରୁଛନ୍ତି ।

ଯାହା ଦ୍ୱାରା ପିଲାଙ୍କ ସ୍କୁଲ ଯିବା ଅଭ୍ୟାସ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲାଣି କହିଲେ ଚଳେ । ଏମିତିରେ ପିଲା ଘରର ଆର୍ôଥକ ବୋଝକୁ ସୁଧାରିବା ପାଇଁ ବାପା ମାଙ୍କୁ ସହଯୋଗ କରୁଥିବା କହିଛନ୍ତି । ପ୍ରଥମତଃ ବାପା ମାଆ ଅଶିକ୍ଷିତ ହୋଇଥିବା ଯୋଗୁଁ ପିଲାଙ୍କୁ ପାଠ ପଢ଼ାର ମହତ୍ୱ ବୁଝାଇ ପାରୁନାହାନ୍ତି । ଏହା କେବଳ ଗୋଟିଏ ପଞ୍ଚାୟତର ସମସ୍ୟା ନୁହଁ ଅନ୍ୟ ପଞ୍ଚାୟତରେ ମଧ୍ୟ ଏହି ସମସ୍ୟା ଲାଗି ରହିଛି । ଛାତ୍ରମାନଙ୍କୁ ପାଠ ପଢାଠୁ ଦୂରେଇ ରହିବାର କାରଣ ପଚାରିଲେ ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ କାମ କରିବାକୁ ବାଧ୍ୟ ହେଉଥିବା କହୁଛନ୍ତି । ପରିବାରର ସମସ୍ତେ କାମ କରିଲେ ହିଁ ସେମାନଙ୍କ ପରିବାରକୁ ଦୁଇ ମୁଠା ଖାଇବାକୁ ମିଳୁଛି । ନିଜର ଆର୍ôଥକ ସ୍ଥିତିକୁ ସଜାଡିବାକୁ ଯାଇ ନିଜ ପିଲାଙ୍କୁ ସ୍କୁଲ ଯିବାକୁ ମନା କରୁଛନ୍ତି ପିତା ମାତା । ଏ ସମ୍ପର୍କରେ ଗ୍ରାମବାସୀଙ୍କ କହିବା କଥା ଆମେ ଅଶିକ୍ଷିତ । କେବେ ସ୍କୁଲ ଖୋଲିଲା ତାହା ଜାଣିପାରୁନୁ ବୋଲି କହିଛନ୍ତି । ଏ ସମ୍ପର୍କରେ ଶିକ୍ଷକ ଓ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୂଚନା ଦେବା ସହ ବ୍ୟାପକ ସଚେତନତା ସୃଷ୍ଟି କଲେ ଶିକ୍ଷା ଗ୍ରହଣରୁ ଦୂରେଇ ରହିଥିବା ପିଲାଏ ପୁଣି ସ୍କୁଲ ମୁହାଁ ହୋଇପାରନ୍ତେ ବୋଲି ଗ୍ରାମବାସୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking