27.1 C
Bhubaneswar
Friday, March 29, 2024
Homeକରୋନାଅକ୍ଟୋବର ପହିଲାରୁ ଏହି ରାଜ୍ୟରେ ଖୋଲିବ କଲେଜ

ଅକ୍ଟୋବର ପହିଲାରୁ ଏହି ରାଜ୍ୟରେ ଖୋଲିବ କଲେଜ

ନୂଆଦିଲ୍ଲୀ : ସାରା ଦେଶରେ ନିଟ ଓ ଜେଇଇ ପରୀକ୍ଷାକୁ ନେଇ ବିବାଦ ଚାଲିଥିବା ବେଳେ କର୍ଣ୍ଣାଟକ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ସେ କର୍ଣ୍ଣାଟକରେ କଲେଜ ଖୋଲିବା ନେଇ ଘୋଷଣା କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅଶ୍ୱତ ନାରାୟଣ ଘୋଷଣା କରିଛନ୍ତି ଯେ ଅକ୍ଟୋବର ପହିଲାରୁ ରାଜ୍ୟର ସମସ୍ତ କଲେଜ ଖୋଲିବ ।
ଅନ୍ୟପଟେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ଏସ ସୁରେଶ କୁମାର କହିଛନ୍ତି ଯେ ସେପ୍ଟେମ୍ବର ପହିଲାରୁ ଅନଲାଇନ କ୍ଲାସ ଆରମ୍ଭ ହେବ । ପରେ ଅକ୍ଟୋବର ୧ରୁ ଅଫଲାଇନ କ୍ଲାସ ଆରମ୍ଭ ହେବ । ସେ ଏହା ମଧ୍ୟ କହିଛନ୍ତି ଯେ କେବଳ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଅଫଲାଇନ ଶ୍ରେଣୀର ନିର୍ଦ୍ଦେଶାବଳୀକୁ ଅପେକ୍ଷା କରାଯାଇଛି । ଅକ୍ଟୋବର ମାସରୁ କିପରି ଅଫଲାଇନ କ୍ଲାସ ହେବ ସେନେଇ ପ୍ରସ୍ତୁତି ଚାଲିଛି । ଏହାସହ କରୋନା ସମୟରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ କିପରି ସୁରକ୍ଷା ଦିଆଯିବ ସେନେଇ ଯୋଜନା ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking