26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶକର୍ଣ୍ଣାଟକ ବିଧାନସଭା ଉପନିର୍ବାଚନରେ ବାଜି ମାରିଲା ବିଜେପି, ୧୫ରୁ ୧୨ଟି ଆସନରେ ବିଜୟୀ..

କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନରେ ବାଜି ମାରିଲା ବିଜେପି, ୧୫ରୁ ୧୨ଟି ଆସନରେ ବିଜୟୀ..

କର୍ଣ୍ଣାଟକ : କର୍ଣ୍ଣାଟକର ବିଧାନସଭା ଉପନିର୍ବାଚନର ଫଳଫଳ ପ୍ରକାଶ ପାଇ ସାରିଛି । ଏହି ଫଳାଫଳ ଅନୁଯାୟୀ ବିଜେପି ୧୨ଟି ଆସନରେ ବିଜୟୀ ହୋଇଛି ଓ କଂଗ୍ରେସ ୨ଟି ଏବଂ ଗୋଟିଏ ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ତେବେ ଏହି ବିଧାନସଭା ଉପନିର୍ବାଚନରେ ଜେଡିଏସ୍ ଖାତା ଖୋଲିପାରିନାହିଁ ବୋଲି ଜଣା ପଡିଛି । ଦଳର ଏହି ବଡ଼ ବିଜୟ ପରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ରାଜ୍ୟର ଭୋଟରମାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ବିଜୟୀ ହୋଇଥିବା ୧୨ଜଣ ବିଧାୟକଙ୍କ ମଧ୍ୟରୁ ୧୧ଜଣଙ୍କୁ ନିଜ କ୍ୟାବିନେଟରେ ସ୍ଥାନ ଦେବେ । ଏସଂପର୍କରେ ସେ ୩/୪ ଦିନଭିତରେ ନୂଆଦିଲ୍ଲୀ ଯାଇ ଏହାକୁ ଅନ୍ତିମ ରୂପ ଦେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏଠାରେ ସୂଚନାଯୋଗ୍ୟ, କର୍ଣ୍ଣାଟକରେ ଆଜି ୧୫ଟି ବିଧାନସଭା ଆସନରେ ହୋଇଥିବା ଉପ-ନିର୍ବାଚନର ଫଳାଫଳ ଆସିବା ପରେ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ସରକାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ସକ୍ଷମ ହୋଇ ପାରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking