‘ଜବ୍ ଓ୍ଵି ମେଟ୍ ୨’ରେ କରିସ୍ମା କପୁର ସାନ ଭଉଣୀ କରୀନା କପୁରଙ୍କ କଲେ ରିପ୍ଲେସ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କରୀନା କପୁର ଏବଂ ଅଭିନେତା ସହିଦ କପୁରଙ୍କ ଫିଲ୍ମ ‘ଜବ ଓ୍ଵି ମେଟ’ ଏବେ ମଧ୍ୟ ସମସ୍ତଙ୍କ ପ୍ରିୟ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ଏହି ଚଳଚ୍ଚିତ୍ରର ଗୀତ ଏବଂ ସଂଳାପ ଏବେବି ଲୋକଙ୍କ ମନରେ ଅଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫିଲ୍ମ ‘ଜବ୍ ଓ୍ଵି ମେଟ୍’ର ଦ୍ୱିତୀୟ ଭାଗ ନିର୍ମାଣ ହେବାକୁ ଯାଉଛି। କରୀନା କପୁର ଖାନଙ୍କ ବଡ଼ ଭଉଣୀ କରିସ୍ମା କପୁର ଏହି ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଆମେ ଏହା କହୁ ନାହୁଁ । ଏହି ସୂଚନା ନିଜେ କରିସ୍ମା କପୁର ଦେଇଛନ୍ତି। ନିକଟରେ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ କରିସ୍ମା ତାଙ୍କ ଭଉଣୀ ସହିତ ଫୋନରେ କଥା ହେଉଥିବା ନଜର ଆସିଛନ୍ତି ।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ଡ୍ରେସିଂ ଟେବୁଲ ସାମ୍ନାରେ ବସିଛନ୍ତି କରିସ୍ମା ଏବଂ ଆଇନା ଦେଖି ଫୋନ୍‌ରେ କଥା ହେଉଛନ୍ତି। ଫୋନରେ ସେ ନିଜ ସାନ ଭଉଣୀ କରୀନା କପୁରଙ୍କ ସହିତ କଥା ହେଉଥିବାର ନଜର ଆସୁଛନ୍ତି । କେବଳ ଏତିକି ନୁହେଁ, ଏହା ସହିତ ‘ଜବ ଓ୍ଵି ମେଟ୍‌’ର ଟ୍ରେନରେ କରୀନା ପିନ୍ଧିଥିବା ହ୍ଵାଇଟ୍‌ ରଙ୍ଗର ଟି-ସାର୍ଟ ପିନ୍ଧିଛନ୍ତି କରିସ୍ମା ।  ଏହା ସହିତ ଫୋନରେ କରୀନାଙ୍କୁ କରିସ୍ମା କହୁଛନ୍ତି ଯେ,  ‘ତୁମକୁ ବିଶ୍ୱାସ ହେବ ନାହିଁ, ମୁଁ ଜବ ଓ୍ଵି ମେଟ୍‌ କରିବାକୁ ଯାଉଛି । ଏହା ସହିତ ସେ ଏକଥା ମଧ୍ୟ କହିଛନ୍ତି ଯେ , ‘ଆଜିକାଲି ୯୦ ଦଶକର ଫିଲ୍ମ ଏତେ ଥ୍ରୋବ୍ୟାକ ହୋଇଯାଇଛି ଯେ, ମୋତେ ସେହିଦିନର କଥା ମନେ ପଡୁଛି’।

LEAVE A REPLY

Please enter your comment!
Please enter your name here