26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଗୁଡ୍ ନ୍ୟୁଜ୍ ଖୁସିରେ ବ୍ରେକ୍ ନେଲେ ଏହି ଅଭିନେତ୍ରୀ......

ଗୁଡ୍ ନ୍ୟୁଜ୍ ଖୁସିରେ ବ୍ରେକ୍ ନେଲେ ଏହି ଅଭିନେତ୍ରୀ……

ମୁମ୍ବାଇ : ବଲିଉଡ ଅଭିନେତ୍ରୀମାନେ ନିଜ ଅଭିନୟକୁ ନେଇ ସଦା ସର୍ବଦା ଚର୍ଚ୍ଚାରେ ରହିବା ସହ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେମାନେ ବେଶ ଚର୍ଚ୍ଚାରେ ରହି ଆସିଥିବାର ଦେଖିବାକୁ ମିଳିଥାଏ | ଗତ କିଛି ଦିନ ହେଲା ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କରୀନା କପୁର ସୋଶିଆଲ ମିଡିଆରେ ବିଭିନ୍ନ ପ୍ରକାର ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହୁଥିବାର ଦେଖିବାକୁ ମିଳୁଛି | ହେଲେ କରୀନା କପୁର ନିଜ କାମକୁ ନେଇ ସର୍ବାଦା ସିରିୟସ ରହିଥିବାର ଜଣା ପଡିଥାଏ | କରୀନା କାମରେ ବ୍ୟସ୍ତ ରହିବା ସତ୍ତ୍ବେ ସେ ଦେଇଥିବା କଥାକୁ ସବୁବେଳେ ପାଳନ କରି ଥାଆନ୍ତି । ହେଲେ ଏଥର କିଛି ଓଲଟା ଘଟିଥିବାର ଜଣା ପଡିଛି | ଏଥର କରୀନାଙ୍କ ଜବାବ ଫେଲ୍ ମାରିଛି । ସୂଚନା ଅନୁସାରେ କରୀନାଙ୍କ ନୂଆ ଫିଲ୍ମର ସୁଟିଂ ଚଣ୍ଡିଗଡ଼ରେ ଚାଲିଛି। କିନ୍ତୁ ସେ ଏହି ଫିଲ୍ମ ସୁଟିଂରୁ ଛୋଟ ବ୍ରେକ୍‌ ନେଇଛନ୍ତି। କରୀନା କାହିଁକି ଏହି ଫିଲ୍ମ ସୁଟିଂରୁ ବ୍ରେକ ନେଲେ ଆସନ୍ତୁ ଜାଣିବା…

ଗତ ନଭେମ୍ବର ୧୮ ତାରିଖରେ କରୀନଙ୍କ ଆଗାମୀ ଫିଲ୍ମ ‘ଗୁଡ୍‌ ନ୍ୟୁଜ’ ର ଟ୍ରେଲର ରିଲିଜ ହୋଇଥିଲା। ଏହି ଇଭେଣ୍ଟରେ କରୀନା ସାମିଲ ହେବା ପାଇଁ କରେଣ୍ଟ ପ୍ରୋଜେକ୍ଟରୁ ବ୍ରେକ୍ ନେଇଥିବା ସୂଚନା ମିଳିଛି। ଏହି ଫିଲ୍ମର ପୋଷ୍ଟର ରିଲିଜ ହୋଇ ସାରିଛି। ଗୁଡ଼ ନ୍ୟୁଜ ଫିଲ୍ମରେ କରୀନାଙ୍କ ସହ ଅଭିନେତା ଅକ୍ଷୟ କୁମାର ନଜର ଆସିବେ। ଗୋଟିଏ ପଟେ କରୀନାଙ୍କ ଅପ୍‌କମିଂ ଫିଲ୍ମ ଗୁଡ୍‌ ନ୍ୟୁଜକୁ ନେଇ ଖୁସି ହେଉଥିବା ବେଳେ ଅନ୍ୟପଟେ ଚଣ୍ଡିଗଡ଼ରେ ସୁଟିଂ ଚାଲିଥିବା ଫିଲ୍ମରୁ କରୀନା ବ୍ରେକ୍‌ ନେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking