33.1 C
Bhubaneswar
Thursday, April 25, 2024
Homeମନୋରଞ୍ଜନ୬ବର୍ଷ ପରେ ଟିଭି ପରଦାକୁ ଫେରୁଛନ୍ତି କରନ ୱାହି

୬ବର୍ଷ ପରେ ଟିଭି ପରଦାକୁ ଫେରୁଛନ୍ତି କରନ ୱାହି

ନୂଆଦିଲ୍ଲୀ : ଅଭିନେତା କରନ ୱାହି ପ୍ରାୟ ୬ ବର୍ଷ ଧରି ଟିଭି ପରଦାରୁ ଦୂରେଇ ରହିଛନ୍ତି। ସେ ଖୁବ୍ ଶୀଘ୍ର ‘ଚନ୍ନା ମେରେୟା’ ସହିତ ଛୋଟ ପରଦାକୁ ଫେରୁଛନ୍ତି। ଡେଲି ସୋପରୁ ତାଙ୍କର ଛଅ ବର୍ଷର ବ୍ରେକ୍ ବାସ୍ତବରେ କରନଙ୍କୁ କଷ୍ଟ ଦେଇନି। ଏହା କରନ ନିଜେ ଖୁଲାସା କରିଛନ୍ତି। ଯେତେବେଳେ କରନଙ୍କୁ ପଚରାଯାଇଥିଲା, ସେ କେତେ ଶୋ’ ରିଜେକ୍ଟ କରିଛନ୍ତି। ଏହାର ଉତ୍ତରରେ ସେ କହିଛନ୍ତି, ମୁଁ ସେହି ପ୍ରଶ୍ନର ଉତ୍ତର ଦେବାକୁ ଚାହେଁ ନାହିଁ । କାରଣ ଯଦିଓ ମୁଁ ଏହି ପ୍ରଶ୍ନର ଉତ୍ତର ଅତି ବିନମ୍ର ଭାବରେ ଦେବି, ତଥାପି ଏହାକୁ ଭିନ୍ନ ଭାବରେ ଉପସ୍ଥାପିତ କରାଯିବ। ଅଭିନେତା କହିଛନ୍ତି, ମୁଁ ଗତ କିଛି ବର୍ଷ ଧରି ଟିଭି କରିବାକୁ ଚେଷ୍ଟା କରିଛି। କିନ୍ତୁ ମୁଁ ସେହି କାମ କରିବାକୁ ଚାହୁଁଛି ଯାହା ମୋତେ ଖୁସି ଦେବ, କେବଳ ଟଙ୍କା ପାଇଁ ନୁହେଁ। ପ୍ରାରମ୍ଭରେ, ଟଙ୍କା ଆବଶ୍ୟକତା ଥିଲା କାରଣ ଆମେ ସେତେ ଅଧିକ ଡିମାଣ୍ଡ କରି ନଥିଲୁ। କରନ ଏବେ ପୁଣି ଥରେ ଟିଭି ପରଦା କୁ ଫେରୁଥିବାରୁ ତାଙ୍କ ପ୍ରଶଂସକ ବେଶ ଖୁସି ଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking