27.1 C
Bhubaneswar
Thursday, April 25, 2024
Homeଓଡିଶା‘ଝରନ୍‌’ କଳାକାର ସୁରଜଙ୍କୁ କରଣ ସମାଜ ମହିଳା ଶାଖାର ସମ୍ବର୍ଦ୍ଧନା

‘ଝରନ୍‌’ କଳାକାର ସୁରଜଙ୍କୁ କରଣ ସମାଜ ମହିଳା ଶାଖାର ସମ୍ବର୍ଦ୍ଧନା

ବଲାଙ୍ଗୀର,(ଦେବାଶିଷ ମିଶ୍ର) – ସ୍ଥାନୀୟ ରମାଇଁ ଟକିଜ ପରିସରରେ ଚଳଚ୍ଚିତ୍ର ‘ଝରନ୍‌’ ର ହିରୋ ଭୂମିକାରେ ଅଭିନୟ କରିଥିବା ସୁରଜ ପଟ୍ଟନାୟକଙ୍କୁ ଜିଲ୍ଲା ଚିତ୍ର ଗୁପ୍ତ କଲ୍ୟାଣ ସମିତିର ମହିଳା ଶାଖା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଡଛି । ଶତାଧିକ ସିନେ ଦର୍ଶକଙ୍କ ଉପସ୍ଥିତିରେ ସମିତିର ସଭାପତି ଅସୀମ ପଟ୍ଟନାୟକ ସୁରଜଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ସ୍ୱାଗତ କରିଥିବା ବେଳେ ମହିଳା ଶାଖା ପକ୍ଷରୁ ବରିଷ୍ଠ ସଦସ୍ୟା ଧିରା ବହିଦାର ଓ ନମିତା ବକ୍ସି ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ଶାଖା ସଂଯୋଜିକା କାଞ୍ଚନମଣି ଦାନି, ସସ୍ମିତା କୁଅଁର, ସମାଜର ଉପ-ସଭାପତି ମିନାକ୍ଷୀ ପଟ୍ଟନାୟକ, ଯୁଗ୍ମ ସଂପାଦକ ଜୟରାମ ପଟ୍ଟନାୟକ, ଦିଲିପ କୁମାର ପୃଷେଠ, ସୁଷମା ଚୈାଧୁରୀ ପ୍ରମୁଖ ସୁରଜ ପଟ୍ଟନାୟକଙ୍କ ଭବିଷ୍ୟତ ଉଜ୍ଜଳମୟ ହେଉ ବୋଲି ଶୁଭକାମନା କରିଥିଲେ । ମହିଳା ଶାଖାର ଶତାଧିକ ମହିଳା ଏହି ଚଳଚ୍ଚିତ୍ର ଦର୍ଶକଙ୍କ ସହିତ ଉପଭୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking