28.9 C
Bhubaneswar
Wednesday, April 17, 2024
Homeମନୋରଞ୍ଜନବଲିଉଡ୍‌ ଭର୍ସେସ୍‌ ସାଉଥ୍‌ ଫିଲ୍ମକୁ ନେଇ କହିଲେ କରଣ ଜୋହର

ବଲିଉଡ୍‌ ଭର୍ସେସ୍‌ ସାଉଥ୍‌ ଫିଲ୍ମକୁ ନେଇ କହିଲେ କରଣ ଜୋହର

ମୁମ୍ୱାଇ : କରଣ ଜୋହରଙ୍କ ପ୍ରଡକ୍ସନର ଫିଲ୍ମ ଯୁଗ୍ ଯୁଗ୍ ଜିୟୋର ଟ୍ରେଲର ରିଲିଜ ହୋଇଛି । ଫିଲ୍ମରେ ବରୁଣ ଧୱନ , କିୟାରା ଆଡୱାଣୀ , ଅନିଲ କପୁର ଓ ନୀତୁ କପୁର ଅଛନ୍ତି। ମୁମ୍ୱାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟ୍ରେଲର ଲଞ୍ଚ କରାଯାଇଛି । ଏହି ସମୟରେ ମିଡି଼ଆ କଳାକାର ଓ ପ୍ରଯୋଜକଙ୍କୁ ପ୍ରଶ୍ନ ପଚାରିଥିଲେ । ବର୍ତ୍ତମାନ ସମୟରେ ସିନେମା ଜଗତରେ ବଲିଉଡ ଓ ସାଉଥ୍‌ ଫିଲ୍ମର ଚର୍ଚ୍ଚା ଖୁବ୍‌ ଜୋରରେ ହେଉଛି । ଏମିତିରେ କରଣ ଜୋହରଙ୍କୁ ବି ଏଥିନେଇ ପ୍ରଶ୍ନ ପଚରା ଗଲା । ସେ କହିଥିଲେ କି ୨୦୧୫ରେ ସେ ବାହୁବଳୀ ପ୍ରେଜେଣ୍ଟେଡ୍‌ କରିଥିଲେ । ସାଉଥ୍‌ ଫିଲ୍ମ ଗୁଡ଼ିକ ଷ୍ଟାଣ୍ଡାର୍ଡକୁ ଆହୁରି ବଢ଼ାଇ ଦେଇଛନ୍ତି।

କରଣ ଜୋହର ବଲିଉଡ ଭର୍ସେସ ସାଉଥ୍‌ ଫିଲ୍ମର ଡିବେଟ ଉପରେ କହିଛନ୍ତି କି ଆମେ ବହୁତ ଗର୍ବର ସହ କହିପାରିବା କି ଆମର ସବୁ ହିନ୍ଦୁସ୍ତାନୀ ସିନେମା। ଯେବେ ଆରଆରଆର , କେଜିଏଫ ଓ ପୁଷ୍ପା ଏତେ କମାଲର ବିଜନେସ୍‌ କରିଛି ତ ଆମେ କହିପାରିବା କି ଆମର ଏସବୁ ହିନ୍ଦୁସ୍ତାନୀ ସିନେମା । ଆମେ ଏହି ସବୁ ଫିଲ୍ମକୁ ନେଇ ଗର୍ବ କରିବା । ସେମାନେ ବାସ୍ତବରେ ଇଣ୍ଡିଆନ ସିନେମାର ସମ୍ମାନକୁ ଆହୁରି ବଢ଼ାଇ ଦେଇଛନ୍ତି । ପ୍ରଶାନ୍ତ ନୀଲ , ଏସଏସ ରାଜାମୌଳୀ, ସୁକୁମାର ଦେଖାଇ ପାରିଛନ୍ତି କି ଆମର ଷ୍ଟାଣ୍ଡାର୍ଡ କେମିତି ହୋଇପାରେ ।

କରଣ ଆହୁରି କହିଛନ୍ତି , ଏବେ ଗଙ୍ଗୁବାଇ ଭଲ ବିଜନେସ କରିଛି । ଭୁଲ ଭିଲେୟା ୨ ମଧ୍ୟ ଭଲ ଓପନିଂ ନେଇଛି । ଆମର ଏହି ଆଶା ଯେ ଯୁଗ୍‌ ଯୁଗ୍‌ ଜିୟୋ ଏହି ଲିଷ୍ଟର ସଦସ୍ୟ ହେଇଯାଉ । ଆମେ ଏହା ମଧ୍ୟ ଚାହୁଁଛୁ କି ପ୍ରତି ଭାଷାର ଫିଲ୍ମ ଚାଲୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking