34.1 C
Bhubaneswar
Thursday, April 25, 2024
Homeଓଡିଶାଅବ୍ୟବସ୍ଥା ମଧ୍ୟରେ ଚାଲିଛି ମହାବରୋଡ ଡାକ୍ତରଖାନା

ଅବ୍ୟବସ୍ଥା ମଧ୍ୟରେ ଚାଲିଛି ମହାବରୋଡ ଡାକ୍ତରଖାନା

କଙ୍କଡାହାଡ : ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକର କେନ୍ଦ୍ରସ୍ଥଳ ମହାବିରୋଡ ଠାରେ ଥିବା ଡାକ୍ତରଖାନାରେ ରୋଗୀସେବା ବିପର୍ଯ୍ୟସ୍ଥ ହୋଇଥିବା ଜଣାପଡିଛି । ଏଠାରେ କେହି ସ୍ଥାୟୀ ଡାକ୍ତର ନିଯୁକ୍ତ ହୋଇନଥିବାରୁ ଜଣେ ଫାର୍ମାସିଷ୍ଟଙ୍କ ଦ୍ୱାରା ଡାକ୍ତରଖାନାଟି ଚାଲିଛି ।
ମିଳିଥିବା ସୁଚନା ମୁତାବକ, ୧୯୭୨ ମସିହାରେ ସ୍ଥାନୀୟ ପ୍ରତିନିଧିଙ୍କ ଉଦ୍ୟମରେ ସ୍ଥାପିତ ହୋଇଥିଲା ଏହି ଚିକିତ୍ସାଳୟଟି । ଏହା ଉପରେ ୯ ଟି ପଚାଂୟତ ଦଶୀପୁର, ମହାବିରୋଡ, ଝିଲ୍ଲୀ, କୁଟୁରିଆ, ଘାଗରାମୁଣ୍ଡା, ଗଡପଳାଶୁଣି, ଚାନ୍ଦପୁର, ବାମ, ବିରିବୋଲାଇ, ପଙ୍ଗାତିରା ରୁ ପ୍ରାୟ ୫୦ ହଜାର ଲୋକ ନିର୍ଭର କରିଥାନ୍ତି । ଏହି ଚିକିତ୍ସାଳୟଟିରେ କେହି ସ୍ଥାୟୀ ଡାକ୍ତର ନଥିବାରୁ କେବଳ ଜଣେ ଫାର୍ମାସିଷ୍ଟଙ୍କ ଦ୍ୱାରା ଚାଲିଥିବା ସ୍ଥାନୀୟ ଲୋକ ଦାବୀ କରିଛନ୍ତି ।

ଏହି ଅଚଂଳର ରୋଗୀମାନେ ମହାବିରୋଡଠାରୁ ବହୁ ଦୁର ଦୁରାନ୍ତ ତଥା ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେଉଛନ୍ତି । ଏବେ କରୋନା ମହାମାରୀ ସମୟରେ ସାମାନ୍ୟ ସ୍ୱାସ୍ଥ୍ୟଜନିତ ଅସୁବିଧା ହେଲେ ବିନା ଡାକ୍ତରରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକମାନେ । ଏପରିକି ଗୋଟିଏ ଭଙ୍ଗା ଆଜ୍‌ବେଷ୍ଟ ତଳେ ଚିକିତ୍ସାଳୟଟି ଚାଲିଥିବା ଜଣାପଡିଛି । ଏପରିକି କରେନାର ପ୍ରଥମ ଟିକା ନେଇଥିବା ଲୋକମାନଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇନାହିଁ । ମାତ୍ର ରାଜ୍ୟ ସରକାର ୧୮ ରୁ ୪୫ ବର୍ଷ ବୟସର ଲୋକଙ୍କ ପାଇଁ କରୋନା ଟିକା ପ୍ରଦାନ ପାଇଁ ନିଷ୍ପତି ନେଇଥିଲେ ମଧ୍ୟ ଉକ୍ତ ଅଚଂଳ ବାସୀ ନାନା ଆଶଙ୍କାରେ ଅଛନ୍ତି । ତେବେ ଉକ୍ତ ଡାକ୍ତରଖାନା ପ୍ରତି ପ୍ରଶାସନ ଦୃଷ୍ଟି ଦେବା ସହିତ ଡାକ୍ତର ନିଯୁକ୍ତ କରିବା ସହ ମେଡିକାଲର ପୁନରୁଦ୍ଧାର କରିବା ପାଇଁ ବୁଦ୍ଧୀଜୀବି ମହଲରେ ଦାବୀ ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking