34.1 C
Bhubaneswar
Friday, March 29, 2024
Homeମନୋରଞ୍ଜନବିବାହ ବନ୍ଧନରେ ବାନ୍ଧି ହେଲେ କନିକା-ଗୌତମ

ବିବାହ ବନ୍ଧନରେ ବାନ୍ଧି ହେଲେ କନିକା-ଗୌତମ

ମୁମ୍ବାଇ: ବଲିଉଡ ସିଙ୍ଗର କନିକା କପୁର ନିଜ ଏନଆରଆଇ ପ୍ରେମିକ ତଥା ବିଜନେସମ୍ୟାନ୍ ଗୌତମଙ୍କ ସହ ବିବାହ କରିଛନ୍ତି । ଲଣ୍ଡନରେ ବାହାଘରର ସମସ୍ତ ରୀତିନୀତି ଅନୁସାରେ ଉଭୟ ପରସ୍ପରକୁ ବିବାହ କରିଛନ୍ତି । ଗତ କିଛି ଦିନ ହେବ କନିକା ଲଣ୍ଡନରେ ରହୁଛନ୍ତି । ବାହାଘର ପୂର୍ବରୁ ମେହେନ୍ଦି ଓ ଅନ୍ୟ ସମାରୋହର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

ତେବେ କନିକା କପୁରଙ୍କ ଏହା ହେଉଛି ଦ୍ୱିତୀୟ ବିବାହ । ଏହା ପୂର୍ବରୁ କନିକା ଏନଆରଆଇ ରାଜ ଚନ୍ଦୋକଙ୍କୁ ବାହା ହୋଇଥିଲେ । ଏହି ବିବାହରୁ କନିକାଙ୍କ ୩ଟି ସନ୍ତାନ ମଧ୍ୟ ଅଛନ୍ତି । ସେମାନଙ୍କ ନାଁ ଅୟାନା, ସମାରା ଓ ଯୁବରାଜ । ୨୦୧୨ରେ ସିଙ୍ଗର ନିଜ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନେଇଥିଲେ ଓ ପରେ ମ୍ୟୁଜିକରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ଏବେ ୧୦ ବର୍ଷ ପରେ କନିକା ପୁଣି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ବାହାଘରର ଯେଉଁ ଫଟୋ ଓ ଭିଡିଓ ସାମ୍ନାକୁ ଆସୁଛି, ସେଥିରେ କନିକା ଓ ଗୌତମଙ୍କ ମଧ୍ୟରେ ଜବରଦସ୍ତ କେମେଣ୍ଟ୍ରି ଦେଖିବାକୁ ମିଳୁଛି । କନିକାଙ୍କ ଇନଷ୍ଟାଗ୍ରାମ ପେଜରେ ତ।।ଙ୍କ ବାହାଘରର ଏକ ଭିଡିଓ ଟ୍ରେଣ୍ଡ କରୁଛି । ଏହି ଭିଡିଓରେ ସିଙ୍ଗର ବାହାଘର ଲେହେଙ୍ଗା ପିନ୍ଧି ଷ୍ଟେଜ ଉପରେ ଆସୁଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking