33.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଉଦ୍ଧବଙ୍କୁ କଙ୍ଗନାଙ୍କ କଟାକ୍ଷ: ପାପ ବଢିଗଲେ ବିନାଶ ହୁଏ

ଉଦ୍ଧବଙ୍କୁ କଙ୍ଗନାଙ୍କ କଟାକ୍ଷ: ପାପ ବଢିଗଲେ ବିନାଶ ହୁଏ

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ମଧ୍ୟରେ ଏବେ କଙ୍ଗନା ରାଣାୱତଙ୍କ ବୟାନ ସାମ୍ନାକୁ ଆସିଛି । ଅଭିନେତ୍ରୀ ସାମାଜିକ ଗଣମାଧ୍ୟମରେ ଭିଡିଓ ପୋଷ୍ଟ କରି ଉଦ୍ଧବ ଠାକରେ ଓ ତାଙ୍କ ସରକାରଙ୍କୁ କଟାକ୍ଷ କରିଛନ୍ତି । କଙ୍ଗନା କହିଛନ୍ତି, ‘‘୧୯୭୫ ମସିହା ପରେ ଏହି ସମୟ ହେଉଛି ଭାରତର ଗଣତନ୍ତ୍ରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ । ୧୯୭୫ରେ ଜନ ନେତା ଜୟ ପ୍ରକାଶ ନାରାୟଣଙ୍କ ଗୋଟିଏ ଆହ୍ୱାନ, ସିଂହାସନ ଛାଡ଼ ଜନତା ଆସୁଛନ୍ତିରେ ସିଂହାସନ ଭୁଶୁଡ଼ି ପଡ଼ିଥିଲା । ୨୦୨୦ରେ ମୁଁ କହିଥିଲି ଯେ, ଗଣତନ୍ତ୍ର ଏକ ବିଶ୍ୱାସ ଓ କ୍ଷମତାର ଗର୍ବରେ ଆସି ଯିଏ ଏହି ବିଶ୍ୱାସକୁ ଭାଙ୍ଗେ, ତାର ଗର୍ବ ଭାଙ୍ଗିବା ମଧ୍ୟ ନିଶ୍ଚିତ । ଏହା କୌଣସି ବ୍ୟକ୍ତିଙ୍କ ଶକ୍ତି ନୁହେଁ । ଏହି ଶକ୍ତି ହେଉଛି ସତ୍ୟ ତଥା ସ୍ୱଚ୍ଛ ଚରିତ୍ରର ।’’ ସେ ଆହୁରି କହିଛନ୍ତି, ‘‘ଦ୍ୱିତୀୟ କଥା…ପ୍ରଭୁ ହନୁମାନଙ୍କୁ ଶିବଙ୍କ ଦ୍ୱାଦଶ ଅବତାର ବୋଲି ବିବେଚନା କରାଯାଏ ଏବଂ ଯେତେବେଳେ ଶିବସେନା ହିଁ ହନୁମାନ ଚାଳିଶାକୁ ବ୍ୟାନ୍ କରୁଛନ୍ତି, ସେତେବେଳେ ଶିବ ମଧ୍ୟ ତାଙ୍କୁ ରକ୍ଷା ପାରିବେ ନାହିଁ । ହର ହର ମହାଦେବ, ଜୟ ହିନ୍ଦ୍‌, ଜୟ ମହାରାଷ୍ଟ୍ର ।’’ ଭିଡିଓ ଶେୟାର କରି କଙ୍ଗନା ଏହା ମଧ୍ୟ ଲେଖିଛନ୍ତି ଯେ, ‘‘ଯେତେବେଳେ ପାପ ବଢିଯାଏ, ସେତେବେଳେ ବିନାଶ ହୁଏ ଏବଂ ତା’ପରେ ସୃଷ୍ଟି ହୁଏ ।’’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking