26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଇନ୍ଦିରାଙ୍କ ପରି ବୟାନ ଦେଉଥିବା ଲୋକଙ୍କ ଠାରୁ ବଳାତ୍କାରୀ ମାନେ ଜନ୍ମ ନେଇଥାଆନ୍ତି: କଙ୍ଗନା

ଇନ୍ଦିରାଙ୍କ ପରି ବୟାନ ଦେଉଥିବା ଲୋକଙ୍କ ଠାରୁ ବଳାତ୍କାରୀ ମାନେ ଜନ୍ମ ନେଇଥାଆନ୍ତି: କଙ୍ଗନା

ନୂଆଦିଲ୍ଲୀ: ନିର୍ଭୟା ବଳାତ୍କାରୀ ଦୋଷୀଙ୍କ ବିରୋଧରେ ଆଜି ବଲିଉଡର ଅଭିନେତ୍ରୀ କଙ୍ଗନା ରାଣାୱତ ବାହାରିଛନ୍ତି । ସେ କହିଛନ୍ତି ଯେତେ ଶୀଘ୍ର ପାର ନିର୍ଭୟା ବଳାତ୍କାରୀଙ୍କୁ ଫାଶି ଦିଆଯାଉ । ଏ କଥାକୁ ନିର୍ଭୟାଙ୍କର ମା ‘ ସମର୍ଥନ ଜଣାଇବା ସହ କହିଛନ୍ତି ୭ ବର୍ଷ ପୂର୍ବେ ମୋ ଝିଅର ମୃତ୍ୟୁ ହୋଇଥିଲା । ମୋ ଝିଅକୁ ନ୍ୟାୟ ଦେବା ପାଇଁ ମୁଁ ଦୀର୍ଘ ୭ ବର୍ଷ ହେଲା ଲଢ଼ି ଆସୁଛି । ଆଜି କଙ୍ଗନାଙ୍କ ଏଭଳି ମନ୍ତବ୍ୟକୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି ବୋଲି ନିର୍ଭୟାଙ୍କ ମା କହିଛନ୍ତି ।
ସିନେମା ପ୍ରିମିୟର ଅବସରରେ କଙ୍ଗନା କହିଥିଲେ, ‘ଯିଏ ଦୁଷ୍କର୍ମ କରେ ସେ କେବେବି ନାବାଳକ ହୋଇ ପାରିବ ନାହିଁ । ଏମିତି ଅଭିଯୁକ୍ତଙ୍କୁ ତ ଲୋକଙ୍କ ସାମ୍ନାରେ ମାରିଦେବା ଉଚିତ । ନଚେତ ଫାଶୀ ରେ ଝୁଲାଇ ଦେବା ଦରକାର । ଏପରି କଲେ ଯାଇ ଜାଣି ପାରିବେ ଦୁଷ୍କର୍ମ କ’ଣ ହୋଇଥାଏ ?ଏହାର ଦଣ୍ଡ କିଭଳି ହୋଇଥାଏ ? ୭ବର୍ଷ ଧରି ନ୍ୟାୟ ପାଇଁ ଲଢ଼ୁଥିବା ନିର୍ଭୟାଙ୍କ ମା’ ଓ ବାପାଙ୍କ କଥା କେବେ ଭାବିଛନ୍ତି ? କେବେ ଚିନ୍ତା କରିଛନ୍ତି କି ? ଝିଅର ଏଭଳି ମୃତ୍ୟୁକୁ ଆଖି ସାମ୍ନାରେ ଦେଖିବା ପରେ ଦୁହିଁଙ୍କ ଅବସ୍ଥା କିପରି ଥିବ ?
ଏପଟେ କଙ୍ଗନା ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ ନିର୍ଭୟା ମା’ଙ୍କୁ ୪ଜଣ ଦୁଷ୍କର୍ମକାରୀଙ୍କୁ କ୍ଷମା ଦେବା ପାଇଁ କହିଥିବା ପ୍ରସଙ୍ଗକୁ ନେଇ ନିଜର କ୍ଷୋଭ ବ୍ୟକ୍ତ କରିକହିଛନ୍ତି , ‘ଇନ୍ଦିରାଙ୍କ ପରି ମହିଳା ମାନଙ୍କ ପେଟରୁ ବଳାତ୍କାରୀ ମାନେ ଜନ୍ମ ନିଅନ୍ତି । ଏମିତି ମହିଳା ମାନଙ୍କୁ ବଳାତ୍କାରୀ ମାନଙ୍କ ସହିତ ଚାରିଦିନ ଜେଲରେ ରଖିବା ଉଚ଼ିତ ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking