34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଆଜି ରାଜ୍ୟପାଳଙ୍କୁ ଭେଟିଲେ କଙ୍ଗନା

ଆଜି ରାଜ୍ୟପାଳଙ୍କୁ ଭେଟିଲେ କଙ୍ଗନା

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶ୍ୟାରିଙ୍କୁ ଅଭିନେତ୍ରୀ କଙ୍ଗନା ରାଣାୱତ ଭେଟିଛନ୍ତି। କଙ୍ଗନା ରାଜ୍ୟପାଳଙ୍କୁ ଭେଟି ବିଏମସି ତାଙ୍କ କାର‌୍ୟ୍ୟାଳୟ ଭାଙ୍ଗିବା ପ୍ରସଙ୍ଗ ଉଠାଇଥିବା କୁହାଯାଉଛି।ଏନେଇ କଙ୍ଗନା ନିଜେ ଟ୍ୱିଟ କରି କହିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟପାଳଙ୍କୁ ଭେଟି ମୁଁ ମୋ ସହିତ ହୋଇଥିବା ଅନ୍ୟାୟ ବିଷୟରେ କହିଛି । ରାଜ୍ୟପାଳ ମତେ ତାଙ୍କ ଝିଅ ଭଳି ବ୍ୟବହାର କରିଛନ୍ତି । ମତେ ନ୍ୟାୟ ପ୍ରଦାନ କରିବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଛି । ଜଣେ ସାଧାରଣ ନାଗରିକ ଓ ବିଶେଷ କରି ଦେଶର ଝିଅମାନଙ୍କ ଉପରେ ଏହା ଆତ୍ମବିଶ୍ୱାସ ସୃଷ୍ଟି କରିବ ବୋଲି ସେ କହିଛନ୍ତି । ଏହି ସମୟରେ କଙ୍ଗନାଙ୍କ ସହ ତାଙ୍କ ଭଉଣୀ ମଧ୍ୟ ଉପସ୍ଥିତ ଥିଲେ ।
ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ର ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମୁଖ୍ୟ ପରାମର୍ଶଦାତାଙ୍କଠାରୁ କଙ୍ଗନା ରାଣାୱତଙ୍କ କାର‌୍ୟ୍ୟାଳୟ ବିରୋଧରେ ବିଏମସି କାହିଁକି ଏପରି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ଏକ ରିପୋର୍ଟ ମାଗିଥିଲେ। ମୁମ୍ବାଇ ସହରରେ ପ୍ରକୃତରେ କ’ଣ ଘଟିଛି ସେ ସମ୍ପର୍କରେ ରାଜ୍ୟପାଳ କୋଶ୍ୟାରି କେନ୍ଦ୍ର ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରିବେ ବୋଲି ଆଶା କରାଯାଉଛି। ନିକଟରେ ମୁମ୍ବାଇକୁ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ସହିତ ତୁଳନା କରିବା ପରେ ପରେ କଙ୍ଗନା ଏହି ବିବାଦରେ ଫସିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking