37.1 C
Bhubaneswar
Thursday, March 28, 2024
Homeମନୋରଞ୍ଜନକଙ୍ଗନାଙ୍କୁ ମୁମ୍ବାଇ ଅଦାଲତଙ୍କ ଚେତାବନୀ

କଙ୍ଗନାଙ୍କୁ ମୁମ୍ବାଇ ଅଦାଲତଙ୍କ ଚେତାବନୀ

ମୁମ୍ବାଇ: ଏକ ମାନହାନି ମାମଲାର ଶୁଣାଣି କରି ସ୍ଥାନୀୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ ମଙ୍ଗଳବାର ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ଙ୍କୁ ଚେତାବନୀ ଦେଇଛନ୍ତି । ବାରମ୍ବାର ସମନ ଜାରି କରାଯାଉଥିବା ସତ୍ତ୍ୱେ କଙ୍ଗନା ଅଦାଲତରେ ହାଜର ହେଉନଥିବାରୁ ଅଦାଲତ କ୍ଷୋଭପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ବଲିଉଡ୍ ଗୀତିକାର ଜାଭେଦ ଅଖତାର କଙ୍ଗନାଙ୍କ ବିରୋଧରେ ମାନହାନି ମୋକଦ୍ଦମା ଦାଏର କରିଛନ୍ତି । ଚଳିତବର୍ଷ ଫେବୃଆରୀରୁ ଏପର୍ଯ୍ୟନ୍ତ କଙ୍ଗନାଙ୍କୁ ନୋଟିିସ ହେବାସତ୍ତ୍ୱେ ସେ ବିଭିନ୍ନ ଆଳ ଦେଖାଇ ଅଦାଲତରେ ହାଜର ହେଉନାହାନ୍ତି । ମଙ୍ଗଳବାର ମାମଲାର ଶୁଣାଣି ହୋଇଥିଲେ ସୁଦ୍ଧା କଙ୍ଗନା ଅନୁପସ୍ଥିତ ରହିଥିଲେ ।

ତାଙ୍କ ଓକିଲ ଅଦାଲତରେ ଏକ ଡାକ୍ତରୀ ସାର୍ଟିଫିକେଟ ଦାଖଲ କରିବା ସହ କଙ୍ଗନାଙ୍କଠାରେ କୋଭିଡ୍ ଲକ୍ଷଣ ଦେଖାଦେଇଥିବାରୁ ସେ ବ୍ୟକ୍ତିଗତଭାବେ ହାଜର ହୋଇପାରିନଥିବା କହିଥିଲେ । ଏହାକୁ ଜାଭେଦ ଅଖତାରଙ୍କ ଓକିଲ ପ୍ରତିବାଦ ଜଣାଇଥିଲେ । ମାମଲାର ଶୁଣାଣି ହେବାଦିନଠାରୁ କଙ୍ଗନା ଅଦାଲତଙ୍କ ସମନକୁ ବେଖାତିର କରୁଛନ୍ତି ବୋଲି ସେ କହିଥିଲେ । ଏଥିରେ ବିଚାରପତି ବିରକ୍ତି ପ୍ରକାଶ କରିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଚଳିତମାସ ୨୦କୁ ଧାର୍ଯ୍ୟ କରିଛନ୍ତି । ଯଦି ସେଦିନ କଙ୍ଗନା ହାଜର ନହୁଅନ୍ତି, ତେବେ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାଏର କରାଯିବ ବୋଲି ବିଚାରପତି ସ୍ପଷ୍ଟ କରିଛନ୍ତି । ଏକ ଟିଭି ଚାନେଲକୁ ସାକ୍ଷାତକାର ଦେବା ଅବସରରେ କଙ୍ଗନା ଅଖତାରଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking