26.1 C
Bhubaneswar
Friday, March 29, 2024
Homeଓଡିଶାବଳି ଦେବା ଉଦ୍ଦେଶ୍ୟରେ ଦୁଇ ଶିଶୁଙ୍କୁ ଅପହରଣ ଉଦ୍ୟମ

ବଳି ଦେବା ଉଦ୍ଦେଶ୍ୟରେ ଦୁଇ ଶିଶୁଙ୍କୁ ଅପହରଣ ଉଦ୍ୟମ

ଫୁଲବାଣୀ : ବଲି ଦେବା ଉଦ୍ଦେଶ୍ୟରେ ଆଜି ଦୁଇ ଜଣ ଶିଶୁଙ୍କୁ ଅପହରଣ ଉଦ୍ୟମ କରାଯାଉଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ତାହା ପଣ୍ଡ ହୋଇଯାଇଥିବା ଜଣା ପଡିଛି । ଏନେଇ ଖଜୁରିପଡା ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି ।
ସୂଚନା ଅନୁଯାୟୀ, ଖଜୁରିପଡା ଥାନା ଅନ୍ତର୍ଗତ ବଲସକୁମ୍ପା ପଂଚାୟତର ବୁରୁପଦା ଗ୍ରାମର ସୁରେନ୍ଦ୍ର କହଁର ଏକ ନାବାଳକ ପୁଅ ଏବଂ ବିଷ୍ଣୁପ୍ରିୟା କହଁରଙ୍କ ଏକ ନାବାଳକ ପୂତ୍ର ଗାଁ’ ଦାଣ୍ଡରେ ଖେଳୁଥିବା ବେଳେ ଦୁଇ ଜଣ ବ୍ୟକ୍ତି ସେମାନଙ୍କୁ ଟେକି ନେଇ ଏକ କାରରେ ବସାଇ ନେଇ ଯିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପିଲା ଦୁଇ ଜଣ ପାଟି କରିବାରୁ ନିକଟରେ ଥିବା ଗ୍ରାମବାସୀ ଆସି ଯିବାରୁ ସେମାନେ ପିଲା ଦୁଇ ଜଣଙ୍କୁ ଛାଡି ଚାଲି ଯାଇଥିଲେ । ଉକ୍ତ ଦୁଇ ବ୍ୟକ୍ତିଙ୍କ ସହ ପୂର୍ବରୁ ଗ୍ରାମର ଜଣେ ବ୍ୟକ୍ତି ବୁଲୁଥିବାର ଗ୍ରାମବାସୀ ଦେଖିଥିଲେ । ତେଣୁ ସେହି ଲୋକକୁ ଗ୍ରାମବାସୀ ଧରି ଜେରା କରିବାରୁ ଉକ୍ତ ଦୁଇ ବ୍ୟକ୍ତି ଶିଶୁ ଦୁଇ ଜଣଙ୍କୁ ବଳି ଦେବା ଉଦ୍ଦେଶ୍ୟରେ ନେଉଥିଲେ ବୋଲି ସ୍ୱୀକାର କରିଥିଲେ ।
ଗ୍ରାମବାସୀମାନେ ଉକ୍ତ ବ୍ୟକ୍ତିକୁ ଗ୍ରାମରେ ଏ ଗଛରେ ବାନ୍ଧି ରଖିବା ସହିତ ଘଟଣା ସଂପର୍କରେ ଖଜୁରିପଡ଼ା ପୁଲିସକୁ କବର ଦେଇଥିଲେ । ଖବର ପାଇଁ ପୁଲିସ୍ ଉକ୍ତ ଗ୍ରାମରେ ପହଂଚିବା ପରେ ବାନ୍ଧି ରଖାଯାଇଥିବା ବ୍ୟକ୍ତିକୁ ଗ୍ରାମବାସୀମାନେ ପୁଲିସକୁ ହସ୍ତାନ୍ତର କରିବା ସହ ସୁରେନ୍ଦ୍ର ଓ ବିଷ୍ଣୁପ୍ରିୟା ମିଳିତ ଭାବେ ଥାନାରେ ଏନେଇ ଏତେଲା ଦେଇଛନ୍ତି । ଏତଲା ପ୍ରକାରେ ପୁଲିସ୍ ଏକ ମାମଲା ରୁଜୁ କରି ଉକ୍ତ ଲୋକକୁ ଅଟକ ରଖି ତଦନ୍ତ କରୁଥିବା ଥାନାଧିକାରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking