30.1 C
Bhubaneswar
Thursday, April 25, 2024
Homeଓଡିଶାଗାଁ' ଶ୍ମଶାନରୁ ଶବ ଜବତ କଲା ପୁଲିସ

ଗାଁ’ ଶ୍ମଶାନରୁ ଶବ ଜବତ କଲା ପୁଲିସ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୁଆପଦର ପଞ୍ଚାୟତର ବିଲୁପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ବିଲୁପଦର ଗ୍ରାମର ୫୦ ବର୍ଷିୟ ଜଣେ ବ୍ୟକ୍ତି ଗତ ସୋମବାର ଠାରୁ ନିଖୋଜ ହୋଇଥିଲେ। ଏହାର ତିନିଦିନ ପରେ ଗ୍ରାମନିକଟସ୍ଥ ଜଙ୍ଗଲରୁ ତାଙ୍କର ମୃତଦେହ ମିଳିଥିଲା। ଏହାପରେ ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କ ଶବଦାହ ପାଇଁ ଗ୍ରାମ ଶ୍ମସାନକୁ ନେଉଥିବାବେଳେ  ଫିରିଙ୍ଗିଆ ପୁଲିସ୍ ଶ୍ମଶାନରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି। ମୃତବ୍ୟକ୍ତି ଜଣକ ହେଲେ ବିଲୁପଦର ଗ୍ରାମର ଅନାଦି ମାଝୀ (୫୦)।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking