29.1 C
Bhubaneswar
Friday, April 26, 2024
Homeଓଡିଶାବିବାହ କାର୍ଯ୍ୟରେ ନିୟୋଜିତ ଗାଡିଚାଳକଙ୍କୁ ମାଡ ସହ ୫୦୦ ଜରିମାନା

ବିବାହ କାର୍ଯ୍ୟରେ ନିୟୋଜିତ ଗାଡିଚାଳକଙ୍କୁ ମାଡ ସହ ୫୦୦ ଜରିମାନା

କନ୍ଧମାଳ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଂଚଳରୁ ବିବାହ କାର୍ଯ୍ୟରେ ନିୟୋଜିତ ଗାଡି ନଂ ଓଡି୦୨ଏଟି୫୫୯୪ ଚାଳକଙ୍କୁ ନିସ୍ତୁକ ମାଡମାରିବା ସହ ୫୦୦ ଟଙ୍କାଜୋରିମାନା ଆଦାୟ କରିଛି ଗଜପତି ଜିଲ୍ଲା ମୋହନା ପୋଲିସ୍ । ଏପରି ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଗାଡି ମାଲିକ । କୋଭିଡ ନିୟମାନୁଯାଇ ଦିନ ୧୧ ଟା ପରେ ଗାଡି ଚଳାଚଳ ବନ୍ଦ ରହିଛି । କିନ୍ତୁ ସ୍ୱତନ୍ତ୍ର ଭାବେ ବିବାହ କାର୍ଯ୍ୟ ଓ ମେଡିକାଲ କିମ୍ବା କୌଣସି ଜରୁରୀ କାର୍ଯ୍ୟ ପାଇଁ ଲୋକାଲ ଗାଡିର ବ୍ୟବହାର କରାଯାଇ ପରିବ ।

ଏଣୁ ମାଲିକମାନେ ଏସବୁ ନିୟମଜାଣି ନିଜଗାଡିକୁ ଭଡାରେ ପଠାଇଥାନ୍ତି । ତେବେ ସବୁ ଠିକ୍ ଠାକ୍‌ଥିଲେ ମଧ୍ୟ ପୋଲିସ୍‌ର ଆକ୍ରୋଶର ଶିକାର ହେଉଛନ୍ତି ଗାଡିମାଲିକ ଓ ଡ୍ରାଇଭର । ସୂଚନା ଅନୂଯାଇ ଗଜପତି ଜିଲ୍ଲାର ଚାନ୍ଦିପୁଟ ଗ୍ରାମରୁ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁକୁ କନ୍ୟା ଛାଡିବାକୁ ଆସିଥିବା ଲୋକେ ଉକ୍ତଗାଡି ଭଡାକରି ନିଜଗ୍ରାମକୁ ଫେରିଥିଲେ । ଯିବାବେଳେ ମୋହନା ଥାନାପୋଲିସ୍ ଦେଖିଥିଲେ ବି କିଛିକହିନଥିଲେ ।

କିନ୍ତୁ କନ୍ୟା ଦଳକୁ ଚାନ୍ଦିପୁଟରେ ଛାଡି ଡ୍ରାଇଭର ଏକାକୀ ଫେରୁଥିବାବେଳେ ଦିନ ପ୍ରାୟ ୨ଟା ବେଳେ ମୋହନା ହାଇସ୍କୁଲ ଛକରେ ପୋଲିସ ୍‌ଗାଡିମୋଟର ଯାଂଚ କରି ଉକ୍ତ ଗାଡି ଅଟକାଇ ଥିଲେ । ସମସ୍ତ ପ୍ରମାଣ ଥିଲେ ବି ଉକ୍ତଗାଡିରେ ଲଗାଯାଇଥିବା ବିବାହ ପତ୍ରୀକାଟିକୁ ଚିରାଚିର ିକରିଥିଲେ ଏବଂ ଗାଡିଚାଳକ ଲିଙ୍ଗରାଜ କାର୍ଯୀଙ୍କୁ ଗାଳିଗୁଲଜ କରି ମାଡ ମାରିତାଙ୍କ ଠାରୁ ୫୦୦ ଟଙ୍କା ଜୋରିମାନା ଆଦା ୟକରିଥିଲେ । ଉକ୍ତଚାଳକ ଜଣକ ବ୍ରାହ୍ମଣୀଗାଁ ମେଡିକାଲରେ ଚିକିତ୍ସିତହେଉଥିବା ଜଣାପଡିଛି । ଯାଂଚ ବାହାନାରେ ମନଇଛା ଫାଇନ୍ ଆଦାୟ କରି ପୋଲିସର ଜୁଲୁମ୍ ଚଳେଇ ଥିବା ନେଇ ଜନ ଅସନ୍ତୋଷ ଦେଖାଦେଇଛି ।

କିନ୍ତୁ ଭୟରେ କେହି କିଛି କହିପାରୁ ନଥିବାରୁ କିଛି ସ୍ୱାର୍ଥପର ପୋଲିସ କର୍ମଚାରୀ ତା’ର ଫାଇଦା ନେଇ ବିଭାଗର ନାମ ଖରାପ କରୁଛନ୍ତି। ପୋଲିସ୍‌କୁ କୋଭିଡ୍‌ଯୋଦ୍ଧାର ସମ୍ମାନ ଦିଆଯାଉଥିବାବେଳେ ଏପରି ହୀନ କାର୍ଯ୍ୟକୁ ବୁଦ୍ଧିଜିବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି । ଏଣୁଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରି ଜନସାଧାରଣଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବାକୁ ଦାବିହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking