31.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶ୧୦ରୁ ୧୫ ଟଙ୍କା ପର୍ଯ୍ୟନ୍ତ କମିଲା ଖାଇବା ତେଲ

୧୦ରୁ ୧୫ ଟଙ୍କା ପର୍ଯ୍ୟନ୍ତ କମିଲା ଖାଇବା ତେଲ

ନୁଆଦିଲ୍ଲୀ: ଗତକିଛି ମାସ ଧରି ଖାଇବା ତେଲର ଦର ସାଧାରଣ ନାଗରିକଙ୍କ ଚିନ୍ତାର କାରଣ ପାଲଟିଥିଲା। ଏବେ ତେଲର ଦରରେ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ନିକଟରେ ଆଦାମନୀ-ୱିଲମାର୍ ଖାଇବା ତେଲର ଦର ୧୦ ଟଙ୍କା ପ୍ରତି ଲିଟର ହ୍ରାସ କରିଛନ୍ତି। ଆଦାନୀ ଫର୍ଚ୍ଚ୍ୟୁନ୍ ରିଫାଇନ୍ ମୂଲ୍ୟ ହ୍ରାସ ପାଇ ଲିଟର ପିଛା ୨୨୦ରୁ ୨୧୦ ହୋଇଯାଇଛି। ସେହିପରି ସୋରିସ ତେଲର ମୂଲ୍ୟ ୨୦୫ରୁ ହ୍ରାସ ପାଇ ୧୯୫ ଟଙ୍କା ହୋଇଯାଇଛି।

ଏହା ବ୍ୟତୀତ ହାଇଦ୍ରାବାଦ ଭିତ୍ତିକ କମ୍ପାନୀ ମିଥୁନ ଏଡିବଲ୍ ଏବଂ ଫ୍ୟାଟ୍ସ ଗୋଟିଏ ଲିଟର ସୂର୍ଯ୍ୟମୁଖୀ ତେଲ ପ୍ୟାକେଟର ମୂଲ୍ୟ ୧୫ ଟଙ୍କା ହ୍ରାସ କରିଛନ୍ତି। କମ୍ପାନୀ ମୂଲ୍ୟକୁ ଆହୁରି ହ୍ରାସ କରିପାରେ। ପାମ ତେଲ ଉପରେ କେନ୍ଦ୍ର ସରକାର ଆମଦାନୀ ଶୁଳ୍କ ହ୍ରାସ କରିବା ପରେ ଖାଇବା ତେଲ କମ୍ପାନୀଗୁଡିକ ସେମାନଙ୍କ ପ୍ୟାକେଟର ମୂଲ୍ୟ ହ୍ରାସ କରିଛନ୍ତି। ମୂଲ୍ୟ ହ୍ରାସ ଉପରେ କମ୍ପାନୀଗୁଡିକ କହୁଛନ୍ତି ଯେ ଆମେ ଗ୍ରାହକମାନଙ୍କୁ ଅଧିକ ଲାଭ ଦେବାକୁ ଚାହୁଁଛୁ।

ନିକଟରେ ଖବର ପ୍ରକାଶ ପାଇଥିଲା ଯେ ଭାରତ ସରକାର ଇଣ୍ଡୋନେସିଆକୁ ଗହମ ଯୋଗାଇଦେବେ ଏବଂ ସେଠାରୁ ପାମ ତେଲ ଆମଦାନି କରିବେ। ତେବେ ଉଭୟ ସରକାର ଏ ସମ୍ପର୍କରେ କୌଣସି ସରକାରୀ ବିବୃତ୍ତି ଜାରି କରିନାହାଁନ୍ତି। କିନ୍ତୁ ଯଦି ଏହି ଡିଲ୍ ସଫଳ ହୁଏ, ତେବେ ଖାଇବା ତେଲର ମୂଲ୍ୟ ଆଗାମୀ ସମୟରେ ପୁନର୍ବାର ହ୍ରାସ ପାଇପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking