ବିଜେଡିରେ କେଁ : ଇସ୍ତଫା ଦେଉ ଦେଉ ବିଦା

ଭୁବନେଶ୍ୱର : ବିଜୁ ଯୁବ ଜନତା ଦଳରେ କାର୍ଯ୍ୟକର୍ତ୍ତା ଚୟନକୁ ନେଇ ଅସନ୍ତୋଷ । ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ଇସ୍ତଫା ଦେଲେ କଳ୍ପତରୁ । ତେବେ ଇସ୍ତଫା ଦେଉ ଦେଉ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଦଳରୁ କଳ୍ପତରୁ ଓଝାଙ୍କୁ ଆଜି ବହିଷ୍କାର କରାଯାଇଛି । କଳ୍ପତରୁ ଓଝାଙ୍କୁ ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବହିଷ୍କାର କରିଛନ୍ତି । ଏନେଇ ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ ଦଳ ବିରୋଧୀ କାର‌୍ୟ୍ୟ ପାଇଁ ତାଙ୍କୁ ତୁରନ୍ତ ବହିଷ୍କାର କରାଯାଇଛି । କିଛି ସମୟ ପୂର୍ବରୁ ଅସନ୍ତୋଷ ଜାହିର କରିଥିଲେ କଳ୍ପତରୁ ।ଦଳର ନେତୃତ୍ୱ ଓ ଚୟନ ସଠିକ ଢଙ୍ଗରେ ହୋଇନଥିବା ସେ ଅଭିଯୋଗ ଆଣିଥିଲେ ।’

LEAVE A REPLY

Please enter your comment!
Please enter your name here