ଆଉ ନାହାନ୍ତି କଳ୍ପନା ଫାର୍ମା ମାଲିକ ସଙ୍ଗିତ ବାବୁ

kalpana pharma owner died

ବଲାଙ୍ଗିର,(ଦେବାଶିଷ ମିଶ୍ର)- ସଙ୍ଗିତ କୁମାର ଅଗ୍ରୱାଲ । ଠିକ ତାଙ୍କ ନାମ ପରି ବ୍ୟକ୍ତି ଜଣକ ସିଏ । ସମସ୍ତଙ୍କୁ ଆପଣେଇ ନେବାର କଳା ଥିଲା ତାଙ୍କ ପାଖରେ । ସେ ବଲାଙ୍ଗିରର ବରିଷ୍ଠ ସାମ୍ବାଦିକ ରାମକୁମାର ଅଗ୍ରବାଲଙ୍କ ଜୈଷ୍ଠ ପୁତ୍ର ହୋଇଥିବା ବେଳେ ନିଜଦ୍ୱ ଉଦ୍ୟମ ଓ କଠିନ ପରିଶ୍ରମ ଦ୍ୱାରା କିଛି ବର୍ଷରେ ବଲାଙ୍ଗିର ସହରର ଜଣେ ସଫଳ ଫାର୍ମା ବ୍ୟବସାୟୀ ହୋଇ ପାରିଥିଲେ । ଫାର୍ମାର ବ୍ୟସ୍ତ ବହୁଳ କାମ ଓ ଅନ୍ୟ ପଟେ ପରିବାରର ଜଞ୍ଜାଳ ମଧ୍ୟରେ ବି ସିଏ ଆଜି ପର‌୍ୟ୍ୟନ୍ତ ନିଜର ସରଳତା, ସ୍ୱଚ୍ଛତା , ନମ୍ରତା, ଭଦ୍ରତା ଓ ଶିଷ୍ଟତା କୁ ବଞ୍ଚାଇ ରଖି ପାରିଥିଲେ । କିନ୍ତୁ କରୋନା ତାଙ୍କର ସମସ୍ତ ଗୁଣ ସହିତ ତାଙ୍କୁ ମଧ୍ୟ ନିଜ ଖୁନି ପଞ୍ଜାରେ ଉଠାଇ ନେଲ।। ତମାମ କରୋନା ସମୟରେ ସଂକ୍ରମଣକୁ ଖାତିର ନକରି ସାରା ଜିଲ୍ଲାର ରୋଗୀମାନଙ୍କ ପାଇଁ ଔଷଧ ଓ ଆବଶ୍ୟକିୟ ଉପକରଣ ଯୋଗାଇ ଆସୁଥିଲେ । ତେବେ କିଛି ଦିନ ତଳେ ସେ ନିଜେ ଅସୁସ୍ଥ ଅନୁଭବ କରିଥିଲେ । ତୁରନ୍ତ ଡାକ୍ତରଖାନାକୁ ଯାଇ କୋଭୀଡ ପରିକ୍ଷା କରାଇଥୀଲେ । ରେିପୋର୍ଟ ନେଗେଟିଭ ଆସିଥିଲା, କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ବିଗିଡିବାରେ ଲାଗିଥିଲ।। ବଲାଙ୍ଗିର ରେ କରୋନାର ଉପଯୁକ୍ତ ଚିକିତ୍ସା ଅଭାବରେ ସେ ରାୟପୁର ଯାଇ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତୀ ହୋଇଥିଲେ । କିଛି ଦିନ ତାଙ୍କ ଅବସ୍ଥାରେ ସୁଧାର ଆସିବା ପରେ ପୁଣି ତାଙ୍କ ଅବସ୍ଥା ବିଗିଡିବାକୁ ଲାଗିଲା । ଗତ କିଛି ଦିନ ହେଲା ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତେବେ ଆଜି ସକାଳ ୯ ଟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ଅନ୍ତିମ ସମୟରେ ବଡ ଭାଇ ଡ. ସଞ୍ଜିବ, ପତ୍ନି ନୟନ ତାରା ଓ ପୁଅ ଗିରିଷ ସାଙ୍ଗର ରହି ଶେବା ଶୁଶୃଷା କରୁଥିଲେ । ସଙ୍ଗିରଙ୍କ ପାର୍ଥୀବ ଶରୀରକୁ ରାୟପୁରରେ ହିଁ ଅନ୍ତିମ ସଂସ୍କାର କରାଯିବା ସୁଚନା ରହିଛି ।

LEAVE A REPLY

Please enter your comment!
Please enter your name here