40.1 C
Bhubaneswar
Thursday, April 25, 2024
Homeଓଡିଶାକଳିଙ୍ଗନଗର ଠାରେ ଗୁଳିକାଣ୍ଡ ଘଟଣାକୁ ନେଇ ସହିଦ୍ ସ୍ମୃତି ଦିବସ ପାଳନ ହୋଇଛି

କଳିଙ୍ଗନଗର ଠାରେ ଗୁଳିକାଣ୍ଡ ଘଟଣାକୁ ନେଇ ସହିଦ୍ ସ୍ମୃତି ଦିବସ ପାଳନ ହୋଇଛି

 ଯାଜପୁର : କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ବିତିଛି ୧୫ ବର୍ଷ । ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ପାଚେରୀ ନିର୍ମାଣକୁ ବିରୋଧକରି 2006 ମସିହାରେ ଜାନୁଆରୀ ୨ ତାରିଖ ଦିନ ପୋଲିସ ସହିତ ଆଦିବାସୀଙ୍କ ସଙ୍ଘର୍ଷ ହୋଇଥିଲା । ଏଥିରେ 13 ଜଣ ନିରିହ ଆଦିବାସୀଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଟାଟା କମ୍ପାନୀ କଳିଙ୍ଗନଗର ଆଦିବାସୀଙ୍କ ରକ୍ତରେ କାରଖାନା ପ୍ରତିଷ୍ଠା କରିଥିଲେ। ତେବେ ସେହି ଅଭୂଲା ଦିନକୁ ମନେପାଇବା ପାଇଁ ପ୍ରତି ବର୍ଷ ଜାନୁଆରୀ ୨ ତାରିଖକୁ ସହିଦ୍ ସ୍ମୃତି ଦିବସ ଭାବେ ପାଳନ କରନ୍ତି ଏଠାକାର ସ୍ଥାନୀୟ ବିସ୍ଥାପିତ ବିରୋଧୀ ଜନମଞ୍ଚ। ବିସ୍ଥାପିତ ବିରୋଧୀ ଜନମଞ୍ଚ ଏକ ବିରାଟ ଶୋଭାଯାତ୍ରାରେ ଚମ୍ପାକୋଇଲଠାରୁ ବାହାରି ଆମ୍ବଗାଡ଼ିଆ ବୀରଭୂମି ପଡିଆ ଠାରେ ପହଞ୍ଚି ଥାନ୍ତି ।

ସେଠାରେ ଏକ ସାଧାରଣ ସମାବେଶ ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ କୋଭିଡ କଟକଣାକୁ ଆଖି ଆଗରେ ରଖି ଜନମଞ୍ଚ ପକ୍ଷରୁ ରାଲି ଓ ଆଦିବାସୀ ମାନଙ୍କ ପାରମ୍ପରିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇଛି । କୋଭିଡ ନିୟମ ଅନୁଯାୟୀ ସାଧାରଣ ସଭା ମାଧ୍ୟମରେ କାର୍ଯ୍ୟକ୍ରମକୁ ପାଳନ କରିବା ପାଇଁ କଳିଙ୍ଗନଗର ବିସ୍ଥାପିତ ବିରୋଧୀ ଜନମଞ୍ଚ ପକ୍ଷରୁ କୁହାଯାଇଛି । ଅନ୍ୟପଟେ କଳିଙ୍ଗନଗର ଥାନା ପକ୍ଷରୁ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ Dsp ଦୁଇଜଣ I.i.c. 5ଜଣsub inspector ଓ Asi 25 ଜଣ 17 ଜଣ କନଷ୍ଟେବଳ 7 ପ୍ଲାଟୁନ ଫୋର୍ସ 40 ଜଣ ହୋମଗାର୍ଡ 2 ଜଣ ମାଜେଷ୍ଟଷ୍ଟେ ନିୟୋଜିତ ହୋଇଥିଲେ। ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଶାନ୍ତିପୂର୍ଣ୍ଣ ଭାବେ ଚମ୍ପାକୋଇଲ ଠାରୁ ପୂଜା ଅର୍ଚ୍ଚନା ସାରି ବୀର ଭୁମି ଠାରେ ପହଞ୍ଚି ସାଧାରଣ ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପ୍ରଶାନ୍ତ ପାଇକି ରାଏ।ଟାଟା ଜିନ୍ଦଲ ବିରୋଧୀ ନେତା ବିସ୍ଥାପିତ ବିରୋଧୀ ଜନବିକାଶ ଆନ୍ଦୋଳନର ସ୍ଵାତୀ ମିଶ୍ର। ଆଦିବାସୀ ମହାସମାବେଶର ମାନ ଗୋବିନ୍ଦ ବେସ୍ରା। ମିସ୍ନ ଷ୍ଟିକ୍ ତପନ ପାଢୀ ଏହି ସାଧାରଣ ସଭାରେ ଯୋଗ ଦେଇ ଟାଟା କମ୍ପାନୀ ଓ ସରକାର ବିରୁଦ୍ଧରେ ମନ୍ତବ୍ୟ ଦେଇ ଥିଲେ।ଏହି ସାଧାରଣ ସଭାକୁ ନେଇ ବିସ୍ଥାପିତ ବିରୋଧୀ ଜନମଞ୍ଚର ମହିଳା ନାରୀ ନେତ୍ରୀ ସିନି ସଏ କମ୍ପାନୀ ଓ ସରକାରଙ୍କ ବିରୁଦ୍ଧରେ କଟକ୍ଷ୍ୟ ମନ୍ତବ୍ୟ ଦେଇଥିଲେ।ଏହି ସଭାକୁ ନେଇ ଶାନ୍ତି ପୂର୍ଣ୍ଣ ଭାବେ ସମାପନ କରିଥିଲ। ଏବିଷୟରେ କଳିଙ୍ଗନଗର ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ପକ୍ଷରୁ ଶାନ୍ତିପୂର୍ଣ୍ଣ ସଭା ସମାପନ ହୋଇଥିଲା।

ରିପୋର୍ଟ ଅଭିମନ୍ୟୁ ମିଶ୍ର 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking