39.8 C
Bhubaneswar
Thursday, April 18, 2024
Homeଓଡିଶାଆସିଲା କାଳିଆ ଟଙ୍କା

ଆସିଲା କାଳିଆ ଟଙ୍କା

ଭୁବନେଶ୍ୱର: ଆସନ୍ତାକାଲି ଅଷୟତୃତୀୟା । କାଲିଠାରୁ ଚାଷ କାମ ଅନୁକୂଳ କରିଥାଏ ଚାଷୀ । ଚାଷ କାମ ଆରମ୍ଭ କରିବା ପୂର୍ବରୁ ଆଜି ଚାଷୀ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ରାଜ୍ୟର ୪୨ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଖାତାକୁ ଖରିଫ୍‌ ୨୦୨୧ ପାଇଁ ‘କାଳିଆ’ ଯୋଜନାରେ ୯୨୦ କୋଟି ଟଙ୍କା ଜମା ଟ୍ରାନ୍ସଫର କରିଛନ୍ତି । ରାଜ୍ୟର ଛୋଟ ଚାଷୀ, ନାମକୁ ମାତ୍ର ଚାଷୀ ଓ ଭୂମିହୀନ ଚାଷୀ ପରିବାର ‘କାଳିଆ’ ଯୋଜନାର ସହାୟତା ପାଇ ଏହାକୁ ଚାଷ କାମରେ ଲଗାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ପାଇଁ ସାରା ଦେଶରେ କାଳିଆ ଯୋଜନା ସବୁଠାରୁ ଭଲ । ଏହି ଯୋଜନା ଚାଷୀ ମୁହଁରେ ହସ ଆଣିଛି । ଚାଷୀର ଋଣ ଭାର ଲାଘବରେ ମଧ୍ୟ ଏହା ସହାୟକ ହୋଇଛି । ଚାଷୀଙ୍କ ତ୍ୟାଗର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀ ଆମର ଗର୍ବ ଓ ଗୌରବ । ଦେଶ ଓ ସମାଜ ପାଇଁ ଚାଷୀଙ୍କ ତ୍ୟାଗର ତୁଳନା ନାହିଁ । ଗତବର୍ଷ କୋଭିଡ଼ ସମୟରେ ଚାଷୀ ହିଁ ଅର୍ଥନୀତିକୁ ସଞ୍ଜିବନୀ ପରି ଶକ୍ତି ଦେଇଥିଲା । ତେଣୁ ଚାଷୀର ତ୍ୟାଗର ମୂଲ୍ୟ କେହି ଦେଇ ପାରିବ ନାହିଁ । ମୋ ରାଜ୍ୟର ଚାଷୀ, ଭଲରେ ରହୁ । ତା’ର ରୋଜଗାର ବଢୁ, ତା’ ପରିବାରରେ ସମୃଦ୍ଧି ଆସୁ । ଏଥିପାଇଁ ମୁଁ କାମ କରୁଛି ଓ କରି ଚାଲିବି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking