26.1 C
Bhubaneswar
Friday, March 29, 2024
Homeଓଡିଶାକାଳିଆ ତୃତୀୟ କିସ୍ତି ପାଇବେ ଚାଷୀ, ଆସନ୍ତାକାଲିଅପରାହ୍ନରେ ଦେବେ ମୁଖ୍ୟମନ୍ତ୍ରୀ  

କାଳିଆ ତୃତୀୟ କିସ୍ତି ପାଇବେ ଚାଷୀ, ଆସନ୍ତାକାଲିଅପରାହ୍ନରେ ଦେବେ ମୁଖ୍ୟମନ୍ତ୍ରୀ  

ଭୁବନେଶ୍ୱର : ଶୁକ୍ରବାର ଅକ୍ଷୟ ତୃତୀୟା ଓ କୃଷକ ଦିବସ । ଏହି ପବିତ୍ର ଦିନରେ ରାଜ୍ୟରେ କାଳିଆ ଯୋଜନାରେ ପଞ୍ଜିକୃତ କୃଷକମାନେ ପାଇବେ କାଳିଆ ଟଙ୍କା । ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତୃତୀୟ କିସ୍ତି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି । ଗତ ୨୧ ଫେବୃଆରୀ,୨୦୨୧ରେ ରାଜ୍ୟ ସରକାର ରାଜ୍ୟରେ ୫୩ ଲକ୍ଷ ଚାଷୀଙ୍କୁ ପ୍ରାୟ ୧୨୦୦ କୋଟି ଟଙ୍କା ଦେଇଥିଲେ । ପୁଣି ୧ ଏପ୍ରିଲ,୨୦୨୧ରେ ୩୪ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୭୦୦ କୋଟି ଟଙ୍କା ପଇଠ ହୋଇଥିଲା ଓ ଶୁକ୍ରବାର ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ କିସ୍ତି ବାବଦକୁ ପ୍ରାୟ ୭୦୦ କୋଟି ଦେବେ ବୋଲି ଏକ ସୂତ୍ରରୁ ଜଣା ପଡିଛି । ଫଳରେ ଦ୍ୱିତୀୟ କିସ୍ତିବେଳେ ଯେତେ ହିତାଧିକାରୀ କାଳିଆ ଟଙ୍କା ପାଇଥିଲେ ସେତିକି ଲୋକ ଅର୍ଥାତ ୩୪ ଲକ୍ଷ ଚାଷୀ ଉପକୃତ ହେବେ ବୋଲି କୁହାଯାଉଛି । ‘କାଳିଆ ଯୋଜନା\’ରୁ ତାହା ଦିଆଯିବ । ଶୁକ୍ରବାର ଅପରାହ୍ନ ୫ଟାରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯିବ । କୋଭିଡ ଦୁଃଖ ସମୟରେ କୃଷକ ଭାଇ ଭଉଣୀମାନେ ନାନା ଆର୍ôଥକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି କାଳିଆ ଟଙ୍କା ପାଇ ସେମାନେ ଚାଷ କାର୍ଯ୍ୟରେ ବିନିଯୋଗ କରିପାରିବେ ରାଜ୍ୟ ସରକାର ହୃଦବୋଧ କରି ତାହା ଘୋଷଣା କରିଛନ୍ତି ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking