ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

କଳାହାଣ୍ଡି : ଯୁବକର ଝୁଲନ୍ତା ମୃତଦେହ ମହୁଳ ଗଛରୁ ଉଦ୍ଧାର। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ମହିମା ପଞ୍ଚୟତ ଘଣ୍ଟିଗୁଡା କୁଲେରଗୁଡା ବିଜୁ ଏକ୍ସପ୍ରେସୱେ ରାସ୍ତାର କିଛି ଦୂର ବ୍ୟବଧାନରେ ଥିବା ଏକ ମହୁଲ ଗଛରୁ ଆଜି ଜଣେ ଯୁବକର ଝୁଲନ୍ତା ଶବ ଦେଖିବାକୁ ମିଳିଛି। ଖବର ପାଇ ଆମପାଣି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ମୃତ ଯୁବକ ହେଲେ ଜୟପାଟଣା ଥାନା ପଲସପାଣି ଗ୍ରାମର କ୍ଷିରସିନ୍ଧୁ ସବର ବୋଲି ଜଣାପଡିଛି। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହେଇନଥିବା ବେଳେ ପୋଲିସ ଆତ୍ମହତ୍ୟା ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ତେବେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଲା ପରେ ଶବ ଉଦ୍ଧାର କରାଯିବ ବୋଲି ଆମପାଣି ପୋଲିସ ପକ୍ଷରୁ ସୂଚନା ମିଲିଛି ।

LEAVE A REPLY

Please enter your comment!
Please enter your name here