30.1 C
Bhubaneswar
Thursday, April 25, 2024
Homeଓଡିଶାହତ୍ୟା ନା ଆତ୍ମହତ୍ୟା, ସନ୍ଧେହ ଘେରରେ ମହିଳାଙ୍କ ମୃତ୍ୟୁ

ହତ୍ୟା ନା ଆତ୍ମହତ୍ୟା, ସନ୍ଧେହ ଘେରରେ ମହିଳାଙ୍କ ମୃତ୍ୟୁ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ପଞ୍ଚାୟତ ସ୍ଥିତ ବେତରାଜପାଲି ଗ୍ରାମର ଗାଁ ଦାଣ୍ଡରେ ଏକ ଶବ ପଡିରହିଥିବା ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ମୃତକ ଜଣକ ହେଲେ କୁଞ୍ଜ ଜାଲଙ୍କ ୬୦ ବର୍ଷୀୟ, ସ୍ତ୍ରୀ ପାନ ଜାଲ । ସେ ରାତ୍ରି ୩ଟା ସମୟରେ ଶୌଚପାଇଁ ଘରୁ ବାହାରକୁ ଯାଇ, ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ବହୁତ ଖୋଜା ଖୋଜି କରିବା ପରେ, ଗାଁ ଦାଣ୍ଡରେ ରକ୍ତରେ ଜୁଡୁବୁଡୁ ପାନ ଜାଲଙ୍କ ମୃତ ଦେହ ପଡ଼ିଥିବାକୁ ପାଇଥିଲେ । ଏହି ଘଟଣା ସମ୍ପର୍କରେ ମୃତକଙ୍କ ସ୍ୱାମୀ ଓ ପୁତୁରା ସ୍ଵୟମ୍ବର ଜାଲ କେଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ କେଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରି, ସାଇଣ୍ଟିଫିକ ଟିମକୁ ଖବର ଦେଇଛନ୍ତି । ସାଇଣ୍ଟିଫିକ ଟିମ ଆସିବା ପରେ ଶବ ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ପଠାଯିବ ବୋଲି କେଗାଁ ପୋଲିସ ସବ ଇନ୍ସପେକ୍ଟର ଗୁଣନିଧି ସାହୁ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking