43.9 C
Bhubaneswar
Friday, April 19, 2024
Homeଓଡିଶାମଦ ପାଇଁ ଜୀବନ ଗଲା, ଗାଡି ଚୁରମାର 

ମଦ ପାଇଁ ଜୀବନ ଗଲା, ଗାଡି ଚୁରମାର 

କଳାହାଣ୍ଡି : ସାମାନ୍ୟ ମଦର ସଉକ ପାଇଁ କାହାରି ଯେ ଜୀବନ ଯାଇପାରେ, ଏହା ଚିନ୍ତା କରିବା ମଧ୍ୟ ମୁସ୍କିଲ । ଗତ କାଲି ରାତ୍ରି ପ୍ରାୟ ୧୧ ଟା ସମୟରେ ଭବାନୀପାଟଣା ଠାରୁ ଜୁନାଗଡ଼ ଯିବା ରାସ୍ତା, ଋଷିଗାଁ ଛକ ନିକଟରେ ଓଡି-୦୮- ଏଚ-୩୦୦୩ ନମ୍ବର ବିଶିଷ୍ଟ ହୁଣ୍ଡାଇ ଭେରନା କାରଟି ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଚାଳକ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, କାଳୀମନ୍ଦିର ପଡ଼ା ନିବାସୀ ରଘୁନାଥ ପଣ୍ଡା ଓ କିଛି ସାଙ୍ଗ ମିଶି ଦୁଇଟି କାର ଯୋଗେ ଭବାନୀପାଟଣା ନିକଟସ୍ଥ ବନ୍ଦୋପଲାର କୌଣସି ଢ଼ାବାକୁ ଖାଇବା ନିମନ୍ତେ ଯାଇଥିଲେ । ଖାଇ ସାରି, ସେହି ଢ଼ାବାରେ ମଦ୍ୟପାନ କରି ଫେରୁଥିବା ବେଳେ ଡ୍ରାଇଭରକୁ ଅନ୍ୟ ଗାଡ଼ିରେ ଆସିବା ପାଇଁ କହି ଲକ୍ଷ୍ମୀକାନ୍ତ ମାଝୀ ନିଜେ ଗାଡି ଚାଳନା କରିଥିଲେ । ଋଷିଗାଁ ନିକଟରେ ଗୋଟିଏ ଟ୍ରକକୁ ଓଭରଟେକ କରୁଥିବା ସମୟରେ, ଓଭରସ୍ପୀଡ଼ ଯୋଗୁଁ ଚାଳକ ଗାଡି ଉପରୁ ନିୟନ୍ତ୍ରଣ ହରାଇବା ଫଳରେ ଗାଡିଟି ରାସ୍ତା କଡର ଏକ କାନ୍ଥରେ ବାଡେଇ ହୋଇଥିଲା ।

କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଗାଡିଟିକୁ ଚାଳକ ଜଣକ ଅତ୍ୟନ୍ତ କ୍ଷିପ୍ର ଗତିରେ ଚଲାଉଥିଲେ, ଫଳରେ ଦୁର୍ଘଟଣା ସମୟରେ ଗାଡିର ସୁରକ୍ଷା ବେଲୁନ ମଧ୍ୟ ଫାଟି ଯାଇଥିଲା । ଯାହାର ଫଳ ସ୍ୱରୂପ ଚାଳକଙ୍କ ମୁହଁ ଓ ମୁଣ୍ଡରେ ଗଭୀର କ୍ଷତ ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଆହତ ମାନଙ୍କୁ ଏମ୍ବୁଲେନ୍ସ ଦ୍ଵାରା ତୁରନ୍ତ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଅଣାଯାଇଥିଲେ ମଧ୍ୟ, ରାତିରେ କୌଣସି ବିଶେଷଜ୍ଞ ଡାକ୍ତର ନଥିବାରୁ ଲକ୍ଷ୍ମୀକାନ୍ତଙ୍କୁ ବୁର୍ଲା ଡାକ୍ତରଖାନା ନେବା ସମୟରେ ରାସ୍ତାରେ ମୃତ୍ୟୁ ବରଣ କରିଥିଲେ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଭବାନୀପାଟଣା ସହରରେ ମଦ ବିକ୍ରି ଉପରେ କିଛି ମାତ୍ରାରେ କଟକଣା ଥିଲେ ମଧ୍ୟ, ସହର ଉପକଣ୍ଠରେ ଥିବା ବିଭିନ୍ନ ଢ଼ାବାରେ ଖୋଲା ଖୋଲି ମଦ ପରିବେଷଣ କରାଯାଉଛି, ଯାହା ଅବକାରୀ ବିଭାଗ ଏବଂ ପୋଲିସ ବିଭାଗର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଭବାନୀପାଟଣା ସଦର ଥାନା ଅଧିକାରୀ, ବାସୁଦେବ ଛତ୍ରିଆ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking